Connect with us

ଦେଶ

୬ ବର୍ଷ ପାଇଁ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ସାଙ୍କେତିକ

୬ ବର୍ଷ ପାଇଁ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ବିଜେପି
ଡେରାଡୁନ , ୧୭ ଜୁଲାଇ – ହାତରେ ୪ଟି ବନ୍ଧୁକ ଧରି ନାଚିଥିବା ଉତରାଖଣ୍ଡର ଖାନପୁର ବିଜେପି ବିଧାୟକ କନୱର ପ୍ରଣବ ସିଂହ ଓରଫ ଚମ୍ପିୟନଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେପି ତାଙ୍କୁ ୬ବର୍ଷ ପାଇଁ ବହିଷ୍କାର କରିଥିବା ସୂଚନା ମିଳିଛି ।
ପୂର୍ବରୁ ଗତ ଜୁନରେ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଏବଂ ଧମକ ଦେବା ନେଇ ଅଭିଯୋଗ ହେବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । ନିଲମ୍ବନ ସମୟରେ ବି ତାଙ୍କ ଆଚରଣରେ କୌଣସି ପରିବର୍ତନ ଆସି ନ ଥିଲା । ଗତ ସପ୍ତାହରେ ବିଧାୟକ ନିଜ ବାସଭବନରେ ଏକ ପାର୍ଟି ରଖିଥିଲେ । ଏହି ଅବସରରେ ସେ ନିଶାସକ୍ତ ଅବସ୍ଥାରେ ହାତରେ କାରବାଇନ ସହିତ ୪ଟି ବନ୍ଧୁକ ଧରି ନାଚିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରି କି ଉତରାଖଣ୍ଡର ବିଧାୟକ ହୋଇ ନିଜ ରାଜ୍ୟ ବିଷୟରେ ଅପଶବ୍ଦ ପ୍ରୟୋଗ କରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଭିଡିଓ ଭାଇରାଲ ହେବା ପରେ ବିଜେପି ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅନ୍ୟପଟେ ବିଧାୟକ କହିଛନ୍ତି, ଭିଡିଓଟି ୩ବର୍ଷ ତଳର । ସେ ଯେତେବେଳେ କଂଗ୍ରେସରେ ଥିଲେ ସେହି ସମୟରେ ଉକ୍ତ ଭିଡିଓଟି ଶୁଟ୍ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ