Connect with us

ମହାନଗର

ଦୁଇ ନାବାଳିକା ଭଉଣୀ ନିଖୋଜ l ସନ୍ଦେହ ଘେରରେ ଟିଉସନ ମାଷ୍ଟ୍ର l

web

ଦୁଇ ନାବାଳିକା ଭଉଣୀ ନିଖୋଜ l ସନ୍ଦେହ ଘେରରେ ଟିଉସନ ମାଷ୍ଟ୍ର l
ଭୁବନେଶ୍ୱର :- 21/12 – ସ୍ଥାନୀୟ ବଡ଼ଗଡ଼ ଗ୍ରାମ ମଝିସାହିରେ ରହୁଥିବା ଦୁଇ ଭଉଣୀ ନିଖୋଜ ହୋଇଯାଇଛନ୍ତି l ଗୋପାଳ କୃଷ୍ଣ ବଡତିଆ ନାମକ ଟିଉସନ ସାରଙ୍କ ନାମରେ ଝିଅଙ୍କ ପରିବାର ଲୋକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ 435/21 ନଂ ରେ ଏକ ଅପହରଣ ମାମଲା ରୁଜୁ କରି ଉକ୍ତ ଟିଉସନ ମାଷ୍ଟ୍ରଙ୍କର ପୈତୃକ ଘର ହିଞ୍ଜିଳିକାଟୁ ଓ ଶ୍ୱଶୁର ଘର ବନମାଲୀପୁର ରେ ଚଢ଼ାଉ କରିଥିଲେ ମଧ୍ୟ ସଫଳ ହୋଇ ପାରିନାହିଁ l
ଆଜି ଛାତ୍ରୀମାନଙ୍କର ପରିବାର ଲୋକ ଓ ସମ୍ପର୍କୀୟମାନେ ଥାନା ରେ ସାମୁହିକ ଅଭିଯୋଗ ଟିଉସନ ମାଷ୍ଟ୍ରଙ୍କ ବିରୁଦ୍ଧରେ କରିଥିଲେ l ତାଙ୍କର ମୋବାଇଲ ଫୋନ ସୁଇଚ ଅଫ ଥିବାରୁ ତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୁତ ହବାରେ ଲାଗିଛି l ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଥିବାରୁ ବଡ଼ଗଡ଼ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି l ପୋଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରି ରଖିଛି l ମୋବାଇଲ ଫୋନ ବନ୍ଦ ଥିବାରୁ ତଦନ୍ତ ଆଗେଇ ପାରୁନାହିଁ l କିନ୍ତୁ ଆଗାମୀ ସମୟରେ ଆମେ ନିଶ୍ଚିତ ସଫଳତା ପାଇବୁ ବୋଲି ସ୍ଥାନୀୟା ପୋଲିସ ଦୃଢ଼କ୍ତି ପ୍ରକାଶ କରିଛି l

Click to comment

Leave a Reply

Your email address will not be published. Required fields are marked *

More in ମହାନଗର