Connect with us

ଦେଶ

ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା

ସାଙ୍କେତିକ

ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବା ପାଇଁ କେନ୍ଦ୍ର ଦିଲ୍ଲୀ ସରକାର କରିଥିବା ଆବେଦନର ଶୁଣାଣିକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି ।
ଶୁକ୍ରବାର ଜଷ୍ଟିସ୍ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଏହି ସମୟରେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଥିଲେ । ସେ କହିଥିଲେ ଯେ ନିର୍ଭୟା ଦୋଷୀମାନେ ବେଶ ଚତୁରତାର ସହ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବାରେ ଲାଗିଛନ୍ତି । ତେଣୁ ସୁପ୍ରିମକୋର୍ଟ ଏହାକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିବା ଦରକାର ବୋଲି ସେ କହିଥିଲେ । ଏଥିସହ ଶ୍ରୀ ମେହେଟା ନିର୍ଭୟା ଦୋଷୀଙ୍କୁ ନୋଟିସ ମଧ୍ୟ କରିବାକୁ ସୁପ୍ରିମକୋର୍ଟଙ୍କୁ କହିଥିଲେ । ହେଲେ ଜଷ୍ଟିସ ଭାନୁମତି ଏଥିରେ ରାଜି ହୋଇ ନଥିଲେ । ସେ କହିଥିଲେ, ଏହାଦ୍ୱାରା ନ୍ୟାୟିକ ପ୍ରିକ୍ରିୟା ପୁଣି ବିଳମ୍ବିତ ହେବ ।
ଏହି ଖଣ୍ଡପୀଠରେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍ ବୋପାନ୍ନା ରହିଛନ୍ତି । ସେମାନେ କହିଛନ୍ତି ଯେ ଆମେ ଫେବୃଆରୀ ୧୧ରେ ଏହାର ଶୁଣାଣି କରିବୁ । ଏହି ସମୟରେ ଦୋଷୀମାନଙ୍କୁ ନୋଟିସ ପଠାଯିବ କି ନାହିଁ, ତା\’ର ବିଚାର କରାଯିବ ।
୪ ଦୋଷୀଙ୍କ ଫାଶୀ ଦଣ୍ଡ ଉପରେ ଲାଗିଥିବା ରୋକକୁ ରଦ୍ଦ କରିବା ପାଇଁ ପ୍ରଥମେ କେନ୍ଦ୍ର ଓ ଦିଲ୍ଲୀ ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏହାକୁ ଗ୍ରହଣ କରି ନଥିଲେ ।ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିବାରୁ ଏହାକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।
ଉଲ୍ଲେଖ୍ୟଯୋଗ୍ୟ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ, ବିନୟ ଓ ଅକ୍ଷୟକୁ ଫେବୃଆରୀ ୧ରେ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଦୋଷୀ ବିନୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା । ଫଳରେ କୋର୍ଟ ଡେଥ ୱାରେଂଟକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ