Connect with us

ଦେଶ

ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .

ସାଙ୍କେତିକ

ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
-ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ ଉଦ୍ୟତ ହେଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦର ରେ ଅଟକ
ମୁମ୍ବାଇ – ୟସ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କୁ ଆଜି ସ୍ଥାନୀୟ ଏକ ଅଦାଲତ ରେ ହାଜର କରାଯାଇଥିଲା丨 ମାଜିଷ୍ଟ୍ରେଟ ଙ୍କ ନିକଟରେ ନିଜର ପକ୍ଷ ରଖୁ ରଖୁ ସେ କାନ୍ଦି ପକାଇଥିଲେ 丨ଇଡ଼ି ବା ପ୍ରବର୍ତନ ନିର୍ଦେଶାଳୟ ତାଙ୍କ ଉପରେ ૪,୩00 କୋଟି ଟଙ୍କା (ଚାରି ହଜାର ତିନିଶହ କୋଟି ଟଙ୍କା) ହେରଫେର ମାମଲାରେ ଗିରଫ କରି ତାଙ୍କୁ ଅଦାଲତରେ ହଜାର କରିଥିଲା丨 ସିବିଆଇ ମଧ୍ୟ ତାଙ୍କ ଉପରେ ଅନ୍ୟଏକ କେଶ ୠଜୁକରିଛି 丨ଆଜି ଅଦାଲତ ରଣା କାପୁରଙ୍କୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡ ରେ ଇଡ଼ିକୁ ହସ୍ତାନ୍ତର କରିଛି 丨
ଅନ୍ୟ ଏକ ଖବରରୁ ପ୍ରକାଶଯେ , ରାଣା କପୁରଙ୍କ ଝିଅ ରୋଶନୀ କପୁର ଲଣ୍ଡନ ପଳାଇବାପାଇଁ ଉଦ୍ୟତ ହେଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦର ଠାରେ ଅଟକ ଅଛନ୍ତି 丨ୟସ ବ୍ୟାଙ୍କ “ଦୀଵାନ ହାଉସିଂ ଫାଇନାନ୍ସ ଲିମିଟେଡ଼” DHFL ର ୩୭00 କୋଟି ଟଙ୍କାର ଦିବେଞ୍ଚର କିଣିଥିବା ଓ DHFL ‘ଡିଓଆଇଟି’ ନାମକ କମ୍ପାନୀକୁ ୬00 କୋଟି ଟଙ୍କା ଋଣ ଦେଇଥିବାରୁ ଉକ୍ତ କମ୍ପାନୀ ଦ୍ଵୟଙ୍କ ଉପରେ ସିବିଆଇ କେଶ କରିଅଛି 丨ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ଡିଓଆଇଟି’ ନାମକ କମ୍ପାନୀ ଅଭିଯୁକ୍ତ ରାଣା କାପୁରଂକ ତିନିଝିଅଙ୍କ ମାଲିକାନାରେ ଅଛି丨 ଏବଂ ଏହି ଅର୍ଥ ଗୁଡିକ ବିଭିନ୍ନ କମିସନ ବାବଦରେ ଖର୍ଚ କରାଯାଇଥିବାର ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛନ୍ତି

Click to comment

Leave a Reply

Your email address will not be published. Required fields are marked *

More in ଦେଶ