Connect with us

ଦେଶ

ବିଛିନ୍ନତାବାଦୀଙ୍କ ବିରୁଦ୍ଧରେ ଚାଲିଛି କଡା କାର୍ଯ୍ୟାନୁଷ୍ଠାନ

ସାଙ୍କେତିକ

ବିଛିନ୍ନତାବାଦୀଙ୍କ ବିରୁଦ୍ଧରେ ଚାଲିଛି କଡା କାର୍ଯ୍ୟାନୁଷ୍ଠାନ, ହୁରିୟତର ମୁଖ୍ୟ ମୁୁଖପତ୍ର ଗୁଲାମ ଅହମଦ ଉପରେ ପିଏସଏ ଆକ୍ଟରେ ମାମଲା

ଶ୍ରୀନଗର, ୦୪ ଜୁଲାଇ – ଅମିତ ଶାହା ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜାମ୍ମୁ କାଶ୍ମୀରର ବିଛିନ୍ନତାବାଦୀ ମାନଙ୍କ ବିରୁଦ୍ଧରେ ଦୃତ ଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ହୁରିୟତ କନଫ୍ରେନ୍ସର ମୁଖ୍ୟ ମୁଖପାତ୍ର ଓ ସୟୈଦ ଅଲି ଶାହ ଗିଲାନୀଙ୍କ ଅତି ନିକଟତମ ଗୁଲାମ ଅହମଦ ଗୁଲଜାର ଉପରେ ପବ୍ଲିକ ସେଫଟି ଆକ୍ଟ ଲଗା ଯାଇଛି । ତାଙ୍କୁ ଶ୍ରୀନଗରରୁ ବଦଳରେ ଉଧମପୁର ଜେଲକୁ ପଠାଇ ଦିଆ ଯାଇଛି ।

ଉଲ୍ଲେଖନୀୟ ଯେ ତାଙ୍କ ଗତ ସପ୍ତାହ ପୂର୍ବରୁ ଶ୍ରୀନଗରରୁ ସୁରକ୍ଷା ଏଜେନ୍ସି ମାନେ ଗିରଫ କରିଥିଲେ । ଶ୍ରୀନଗରର ତାଙ୍କ ଘରୁ ତାଙ୍କୁ ଗିରଫ କରାଯାଇ ଥିଲା । ଗୁଲଜାର ଉପରେ ଦେଶ ବିରୋଧୀ ଗତିବିଧିରେ ସାମିଲ ହେବା ତଥା କାଶ୍ମୀର ଉପତ୍ୟକାରେ ପଥର ଫିଙ୍ଗା ଓ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ରହିଛି । ଏବେ ତା ବିରୁଦ୍ଧରେ ପିଏସଏ ଆକ୍ଟ ଲଗା ଯାଇଛି ।

ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ଜମାତ- ଏ- ଇସଲାମୀ ଓ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଂଟର ୧୫ରୁ ଉର୍ଧ ନେତାଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇ ସାରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ