Connect with us

ଦେଶ

କେନାଲରେ ପଶିଗଲା କାର, ଗୋଟିଏ ପରିବାରର ପାଂଚ ଜଣଙ୍କର ମୃତ୍ୟୁ

ସାଙ୍କେତିକ

କେନାଲରେ ପଶିଗଲା କାର, ଗୋଟିଏ ପରିବାରର ପାଂଚ ଜଣଙ୍କର ମୃତ୍ୟୁ
ଲଖନଉ, ୦୫ ଫେବୃଆରୀ – ଉତର ପ୍ରଦେଶର କନୌଜ ଜିଲ୍ଲାରେ ବୁଧବାର ଦିନ ଏକ କାର ଅନିୟନ୍ତ୍ରିତ ହୋଇ ଗଙ୍ଗା ନହର କେନାଲରେ ପଡି ଯିବା କାରଣରୁ ଏଥିରେ ଥିବା ଗୋଟିଏ ପରିବାରର ପାଂଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ , କନୌଜ ଜିଲ୍ଲାର ଇନ୍ଦରଗଢ ଥାନା ଅଂଚଳରେ ଉମର୍ଦା- ଇନ୍ଦରଗଡ ମଧ୍ୟରେ ଚାଟୁରୁଆପୁର ଗାଁ ନିକଟରେ ଏକ କାର ଅନିୟନ୍ତ୍ରିତ ହୋଇ କେନାଲରେ ପଡି ଯାଇଥିଲା । ଏହା ଫଳରେ କାରରେ ଥିବା ଗୋଟିଏ ପରିବାରର ୯ ଜଣ ଲୋକ ଫସି ଯାଇଥିଲେ । ସେମାନଙ୍କର ପାଟି ଶୁଣି ଗ୍ରାମର ଲୋକ ମାନେ ସେଠାରେ ପହଂଚି ଥିଲେ । ହେଲେ ସ୍ରୋତ ତୀବ୍ର ଥିବା କାରଣରୁ ସେମାନେ କିଛି ଦୂର ଭାସି ଯାଇଥିଲେ । ପରବର୍ତୀ ସମୟରେ ଖୁବ ଚେଷ୍ଟା କରି ସେମାନେ କାର ଭିତରୁ ଲୋକଙ୍କୁ ବାହାର କରିଥିଲେ । ହେଲେ ସେତେବେଳକୁ ପାଂଚ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତକ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁ ସାମିଲ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ