Connect with us

ଦେଶ

ଟିକ୍ ଟିକ୍ ସେଲେବ୍ରିଟି ମୋହିତ ମୋରଙ୍କୁ ହତ୍ୟା

ସାଙ୍କେତିକ

ଟିକ୍ ଟିକ୍ ସେଲେବ୍ରିଟି ମୋହିତ ମୋରଙ୍କୁ ହତ୍ୟା
ନୂଆଦିଲ୍ଲୀ,୨୨ ମଇ – ଦିଲ୍ଲୀର ଟିକ୍ ଟିକ୍ ସେଲେବ୍ରିଟି ମୋହିତ ମୋରଙ୍କୁ ଅଜଣା ଦୁବୃର୍ତ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ ହତ୍ୟାକାରୀଙ୍କ ଚିତ୍ର କଏଦ ହୋଇଛି । ୨୪ ବର୍ଷୀୟ ମୋହିତ ଜଣେ ଜିମ୍ ଟ୍ରେନର ଥିଲେ । ଟିକ୍ ଟକ୍ ରେ ତାଙ୍କର ୫ ଲକ୍ଷ ଅନୁଗାମୀ ରହିଛନ୍ତି ।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମୋହିତ ନଜଫଗଡ଼ ଠାରେ ଥିବା ଏକ ଫଟୋକପି ଦୋକାନରେ ବସିଥିଲେ । ଏହି ସମୟରେ ୩ ଜଣ ଅଜଣା ଦୁବୃର୍ତ ବାଇକରେ ଆସି ଦୋକାନ ନିକଟରେ ପହଂଚିଥିଲେ । କେହି କିଛି ବୁଝିବା ଆଗରୁ ଦୁବୃର୍ତତ୍ତମାନେ ମୋହିତଙ୍କ ଉପରକୁ ୧୩ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ସ୍ଥଳରେ ହିଁ ମୋହିତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ବୃତଙ୍କ ମଧ୍ୟରୁ ଦୁଇ ଜଣ ହେଲମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ମୁହଁ କ୍ୟାମେରାରେ କଏଦ ହୋଇଛି । ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିନ୍ତୁ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ