Connect with us

ଦେଶ

ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ

ସାଙ୍କେତିକ

ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ
ନୂଆଦିଲ୍ଲୀ,୦୫ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ମାମଲାର ୪ ଦୋଷୀ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାର କରି ଫାଶୀକୁ ଟାଳିବାକୁ ପ୍ରୟାସ କରୁଛନ୍ତି । ତେଣୁ ଦୋଷୀ ଙ୍କୁ ପୃଥକ ପୃଥକ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ । ରବିବାର ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ଅନ୍ୟପକ୍ଷରେ ୪ ଦୋଷୀଙ୍କୁ ଦିଲ୍ଲୀ ହାଇକୋର୍ଟ ୭ ଦିନର ମହଲତ ଦେଇଛନ୍ତି । ଏହି ସପ୍ତାହେ ମଧ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ