Connect with us

ଦେଶ

ପୁଣି ମୁମ୍ବାଇରେ ଖୋଲିବ ଡ୍ୟାନ୍ସ ବାର୍

ସାଙ୍କେତିକ

ପୁଣି ମୁମ୍ବାଇରେ ଖୋଲିବ ଡ୍ୟାନ୍ସ ବାର୍
ନୂଆଦିଲ୍ଲୀ,୧୭ା୧ : ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଡ୍ୟାନ୍ସ ବାର ମାମଲାରେ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଦେଇଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ମୁମ୍ବାଇର ଡ୍ୟାନ୍ସବାର ଗୁଡିକ ପୁଣିଥରେ ଖୋଲିବ । ଆବେଦନକୁ ମଞ୍ଜୁର କରିବା ସହ କିଛି ନୂଆ ନିୟମ ଜାରି କରିଛନ୍ତି । ଡ୍ୟାନ୍ସ ବାରରେ ସିସି ଟିଭି କ୍ୟାମେରାର ଆବଶ୍ୟକତାକୁ ଖାରଜ କରିଦେବା ସହ ବାର ମଧ୍ୟରେ ନର୍ତ୍ତକୀଙ୍କ ଉପରେ ଟଙ୍କା ଫିଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆବଶ୍ୟକସ୍ଥଳେ ଜଣେ ଗ୍ରାହକ ଡ୍ୟାନ୍ସବାରରେ ଟିପ୍ସ ଆକାରରେ ଟଙ୍କା ପ୍ରଦାନ କରିପାରିବ । ହେଲେ ଏହି ଟଙ୍କାକୁ ଆକାଶରେ ଉଡାଇବା ପ୍ରକ୍ରିୟାକୁ ବନ୍ଦ କରିଦେଇଛି ସୁପ୍ରିମକୋର୍ଟ ।

୨୦୦୫ ପରଠାରୁ ମହାରାଷ୍ଟ୍ର ସରକାର କୌଣସି ଡ୍ୟାନ୍ସ ବାରକୁ ଲାଇସେନ୍ସ ପ୍ରଦାନ କରି ନାହାନ୍ତି । ତେବେ ଭାରୀତୟ ସମ୍ବିଧାନକୁ ଦୃଷ୍ଟିରେ ରଖି ଡ୍ୟାନ୍ସ ବାର ପ୍ରତି ପ୍ରତିବନ୍ଧକ ଲଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ର ସରକାର ଡ୍ୟାନ୍ସ ବାରରେ ମହିଳାଙ୍କୁ ଶୋଷଣ କରାଯାଉଛି ବୋଲି ଯେଉଁ ଯୁକ୍ତି ଦର୍ଶାଇଥିଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଡ୍ୟାନ୍ସ ବାରରେ କାର୍ଯ୍ୟରତ ମହିଳାଙ୍କୁ କର୍ମଚାରୀର ମାନ୍ୟତା ମିଳିବା ସହ ନିଜ ପେଟପାଣା ପାଇଁ ଏହାକୁ ଏକ ବୃତ୍ତି ଭାବେ ସେମାନେ ଗ୍ରହଣ କରିଛନ୍ତି ବୋଲି କୋର୍ଟରେ ବାର ମାଲିକ ସତ୍ୟପାଠ ଦାଖଲ କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଚୂଡାନ୍ତ ରାୟକୁ ସଂରକ୍ଷିତ ରଖିଥିଲେ ।

ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣଶଇବା ପୂର୍ବରୁ ସମୟାନୁକ୍ରମେ ଦେଶରେ ଅଶ୍ଳିଳତାର ପରିଭାଷା ବଦଳି ଯାଇଛି । ଏଭଳି କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ଭିତ୍ତିକରି ଡ୍ୟାନ୍ସ ବାର ଉପରେ ଅଙ୍କୁଶ ଲଗାଇବା ଭିତ୍ତିହୀନ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ