Connect with us

ଦେଶ

ମମତାଙ୍କୁ ଝଟକା

ସାଙ୍କେତିକ

ମମତାଙ୍କୁ ଝଟକା
ବିଜେପିର ରଥଯାତ୍ରାକୁ ହାଇକୋର୍ଟଙ୍କ ଅନୁମତି
କୋଲକାତା,୨୦ା୧୨ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରାରେ କୋଲକାତା ହାଇକୋର୍ଟ ମଞ୍ଜୁରି ଦେଇଛନ୍ତି । ଗଣତନ୍ତ୍ର ବଞ୍ଚାଅ ଯାତ୍ରାକୁ ମଞ୍ଜୁରୀ ମିଳିବା ଦ୍ୱାରା ରାଜ୍ୟରେ ମମତା ସରକାରଙ୍କୁ ଏହା ବଡ ଝଟକା ଲାଗିଥିବା ଜଣାପଡିଛି । ରାଜ୍ୟ ସରକାର ସାମ୍ପ୍ରଦାୟିକ ସଦଭାବ ବିଗିଡିବା କାରଣ ଦର୍ଶାଇ ରଥଯାତ୍ରାକୁ ମଞ୍ଜୁରୀ ଦେବା ପାଇଁ ମନା କରି ଦେଇଥିଲେ । ରଥଯାତ୍ରା ରୋକାଯିବା ପରେ ମମତା ସରକାରଙ୍କ ଉପରେ ଅମିତ ଶାହା ଜୋରଦାର ଆକ୍ରମଣ କରିବାରେ ଲାଗି ପଡିଥିଲେ ।

ସୂଚନାଥାଉ କି, ବୁଧବାର ଦିନ ପଶ୍ଚିମବଙ୍ଗ ସରକାର ହାଇକୋର୍ଟ ନିକଟରେ କହିଥିଲା ଯେ, ଏହାଦ୍ୱାରା ସାମ୍ପ୍ରଦାୟିକ ସଦଭାବ ବିଗିଡିବ । ଏହାପରେ ବିଜେପିର ଓକିଲ ଏସକେ କପୁର ଦଲିଲ ଦେଇଥିଲେ କି, ଏଥିପାଇଁ ମମତା ସରକାରଙ୍କ ତରଫରୁ ସମ୍ମତି ଦେବାରେ ମନା କରିବା ପୂର୍ବ ନିର୍ଦ୍ଧାରିତ ଥିଲା । ଏଥିରେ କୌଣସି ଆଧାର ନାହିଁ । ସେ କହିଛନ୍ତି କି, ମହାତ୍ମା ଗାନ୍ଧିଙ୍କ ସମୟରେ ଦାଣ୍ଡି ମାର୍ଚ୍ଚକୁ କେହି ରୋକି ନଥିଲେ । କିନ୍ତୁ ଏବେ ସରକାର କହୁଛନ୍ତି କି, ରାଜନୈତିକ ରାଲି ବାହାର କରିହେବନାହିଁ । ଯାହାକି ସମ୍ବିଧାନରେ ନାହିଁ । ଏହାପରେ ବିଜେପି ଯାଚିକା ଜରିଆରେ ନିଜ ରାଲିକୁ ସମ୍ମତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେଇଥିଲେ ।

କପୁର ଅଦାଲତକୁ କହିଛନ୍ତି ଯେ, ରାଜ୍ୟ ସରକାର ନିଜ ଦାବି ସମର୍ଥନରେ କୌଣସି ବସ୍ତୁନିଷ୍ଠ ତଥ୍ୟ ରଖି ନାହାଁନ୍ତି । ପରେ ମହାଅଧିବକ୍ତା କିଶୋର ଦତ୍ତ ଅଦାଲତକୁ ଏକ ସିଲ୍ ବନ୍ଦ ଦେଇ କହିଥିଲେ କି, ବିଜେପିର ଯାତ୍ରା ବାହାର କରିବା ସାମ୍ପ୍ରଦାୟିକ ରୂପରେ ସମ୍ବେଦନଶୀଳ ପ୍ରକୃତିର । ଉଲ୍ଲେଖଯୋଗ୍ୟ ଯେ, ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ତିନି ତାରିଖ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା ।

ଡିସେମ୍ବର ୨୨ରୁ ବିହାରରୁ ଆରମ୍ଭ କରି ୨୪ରେ ଦକ୍ଷିଣ ପରଗନା ଜିଲ୍ଲାର କାକଦ୍ୱୀପ ଦେଇ ଡିସେମ୍ବର ୨୬ରେ ବୀରଭୂଷା ଜିଲ୍ଲାର ତାରପୀଠରୁ ବାହାରିବ । ଯାହାକୁ କି ମମତା ବାନାର୍ଜୀଙ୍କ ସରକାର ଅନୁମତି ଦେଇ ନଥିଲେ । ଏବେ ଅଦାଲତର ନିଷ୍ପତ୍ତି ପରେ ତାଙ୍କୁ ବଡ ଝଟକା ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ