ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଗୋଗୋଇ
ନୂଆଦିଲ୍ଲୀ,୩ା୧୦ : ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ୬୩ ବର୍ଷ ବୟସ୍କ ରଞ୍ଜନ ଗୋଗୋଇ ୧୩ମାସ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ୨୦୧୯ ନଭେମ୍ବର ୧୭ ତାରିଖରେ ସେ ଅବସର ନେବେ । ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଗୌରବ ଲାଭ କରିଛନ୍ତି ।
ଦେଶ
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଗୋଗୋଇ
More in ଦେଶ
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା...
-
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ ନୂଆଦିଲ୍ଲୀ, ୦୬ ଫେବୃଆରୀ...
-
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର...