Connect with us

ଦେଶ

ସବୁ ତଥ୍ୟ ଦିଅ କିଛି ଲୁଚାଅନି- ପିଏମଓ ଅଡୁଆରେ ,

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :- ଭାରତର ମୁଖ୍ୟ ସୂଚନାକମିଶନର ରାଧାକୃଷ୍ଣ ମାଥୁର ଏକ ଉଲ୍ଲେଖନୀୟ ନିଷ୍ପତିନେଇ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ବିରୁଦ୍ଧରେ ଯୋଉ ଦୁର୍ନୀତି ଅଭିଯୋଗ ଆସିଛି ତାହା ସୂଚନକର୍ମୀମାନଙ୍କୁ ଜଣାଯାଉ । ପିଏମଓ ତୁରନ୍ତ ଏହି ତଥ୍ୟକୁ ନଲୁଚାଇ ପ୍ରକାଶ କରୁ । କେନ୍ଦ୍ରୀୟ ସୂଚନା ଆୟୋଗ 2014 ରୁ 2017 ମଧ୍ୟରେ ମୋଦି ସରକାର ଦ୍ୱାରା ଅଣାଯାଇଥିବା କଳାଧନର ଅନୁପାତ ଓ ମୂଲ୍ୟର ସୂଚନା ଦେବାପାଇଁ ନିର୍ଦେଶ ଦେଇଛନ୍ତି ।

ଅନ୍ୟ ଏକ ମାମଲା ଉପରେ ନିର୍ଦେଶ ଦେଇ କହିଛନ୍ତିଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାର ଖର୍ଚ ଗୋପନୀୟ ନୁହିଁ ଓ ତାଙ୍କ ସହିତ ଯାଇଥିବା କିମ୍ବା ଯାଉଥିବା ପ୍ରତିନିଧିମଣ୍ଡଳୀର ନାମ ପ୍ରକାଶ କରିବା ମଧ୍ୟ ଗୋପନୀୟ ନୁହଇଁ । ସଂଜୀବ ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଉପରୋକ୍ତ ସୂଚନା ଜାଣିବାକୁ ଚାହୁଁଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହଯୋଗ ନକରି କୋଣସି ନା କୌଣସି ବାହାନା କରି ମନା କରିଦେଉଥିଲା । ଏଥିରେ ଅଭିଯୋଗକର୍ତା ସୂଚନା ଆୟୋଗରେ ଅପିଲ କରିଥିଲେ । ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ୱନ୍ଧରେ ପ୍ରାୟ 2 ଲକ୍ଷ ସୂଚନା ଆବେଦନ କରାଯାଇଥିଲା ତାହା ପଡ଼ିରହିଛି । କମିଶନ ଏଗୁଡ଼ିକୁ ତୁରନ୍ତ ଅନଲାଇନ ମାଧ୍ୟମରେ ସୂଚାନକର୍ମୀ ମାନଙ୍କୁ ଜଣାଇବାକୁ ନିର୍ଦେଶଦେଇଛନ୍ତି ।

ଏଆରଇଣ୍ଡିଆ ସଂସ୍ଥା ମଧ୍ୟ ମୋଦିଙ୍କ ବିଦେଶ ଗସ୍ତକୁ ଗୋପନୀୟ ଦର୍ଶାଇ କୌଣସି ତଥ୍ୟ ଦେବାକୁ ମନାକରୁଥିଲା ତାକୁ ମଧ୍ୟ କମିଶନ ଖରୀଜ଼ କରି ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ପରେ ଭାରତରେ ସୂଚନା କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ