Connect with us

ଦେଶ

ଆତଙ୍କୀ ଗୁଳିରେ ୪ ପୋଲିସ ସହିଦ୍

ସାଙ୍କେତିକ ଚିତ୍ର

ଆତଙ୍କୀ ଗୁଳିରେ ୪ ପୋଲିସ ସହିଦ୍
ଶ୍ରୀନଗର,୧୧ା୧୨ : ଜାମ୍ମୁ-କାଶ୍ମୀରର ସୋପିଆଁଠାରେ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ୪ଜଣ ପୋଲିସ ସହିଦ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଉଛନ୍ତି ସୋପର ଅଞ୍ଚଳର ମେହରାଜ, ସାଲବଗ୍ର ଅବଦୁଲ୍ ମଜିଦ୍ ଓ ମିରହାମା ଅନନ୍ତନାଗର ହମିଦୁଲ୍ହା । ପୋଲିସ ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉଜଣେ ପୋଲିସ ଯବାନ ପ୍ରାଣ ହରାଇଛନ୍ତି । ଜିଏନ୍ଏସ୍ ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ, ପୋଲିସମାନେ ସମ୍ପୃକ୍ତ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ପ୍ରଦାନ କରୁଥିଲେ ।

ମଙ୍ଗଳବାର ଅପରାହ୍ନରେ ଅଚାନକ ଆତଙ୍କବାଦୀମାନେ ସୋପିଆଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ । ସେମାନେ ଆକ୍ରଣ କରିବାରୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ କର୍ମୀମାନେ ସେମାନଙ୍କୁ ସାମ୍ନା କରିବାକୁ ଆଗକୁ ଆସିଥିଲେ । ଫଳରେ ଆତଙ୍କବାଦୀଙ୍କ ଗୁଳିରେ ୩ ପୋଲିସ ସେଠାରେ ଟଳି ପଡିଥିଲେ ।

ସୂଚନାଥାଉ କି, ଆକ୍ରମଣର କିଚି ସମୟ ମଧ୍ୟରେ ସେନା ଏବଂ ଏସ୍ଓଜିର ଏକ ମିଳିତ ଦଳ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ସହିଦ ହୋଇଥିବା ପୋଲିସ କର୍ମୀଙ୍କଠାରୁ ରାଇଫଲ ନେଇ ସ୍ଥାନ ଛାଡି ପଳାଇ ଯାଇଛନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ