Connect with us

ଓଡିଶା

ସାଙ୍ଗ ସହିତ ଅପ୍ରାକୃତିକ ଯୌନକ୍ରିୟା

ସାଙ୍କେତିକ

ସାଙ୍ଗ ସହିତ ଅପ୍ରାକୃତିକ ଯୌନକ୍ରିୟା
ନାବାଳକ ଥାନାରେ ଅଟକ
କେନ୍ଦୁଝର, ୨ ଡ଼ିସେମ୍ବର – ସାଙ୍ଗ ସହିତ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଯୋଡ଼ା ଥାନା ପୋଲିସ ଜଣେ ନାବାଳକକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଂଚଳର ସମ୍ପୃକ୍ତ ନାବାଳକ ତା’ର ଦୁଇ ପଡ଼ୋଶୀ ନାବାଳକଙ୍କ ସହିତ ଗତ କିଛି ଦିନ ହେଲା ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଗତକାଲି ଜଣେ ନାବାଳକଙ୍କ ଦେହ ଖରାପ ହେବାରୁ ତା’ର ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ନାବାଳକଙ୍କ ପରିବାର ପକ୍ଷରୁ ଆଜି ଅଭିଯୁକ୍ତ ନାବାଳକ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦାୟର୍ କରାଯାଇଛି । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଏବଂ ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ସେନେଇ ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା