Connect with us

ଓଡିଶା

ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସାଙ୍କେତିକ

ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଭୁୁବନେଶ୍ୱର, ୦୫ ଡିସେମ୍ବର – ଭୁବନେଶ୍ୱରର ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଶବ ଉଦ୍ଧାର କରାଯାଇଛି । ଏହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ଆର. ରଂଜିତା ରାଓ । ସେ ଅବିବାହିତା ଥିଲେ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ରହୁଥିଲେ । ସେ ଭୁବନେଶ୍ୱର ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କରେ କାମ କରୁଥିଲେ ।
ଆଜି ସକାଳେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆ ଯାଇଥିଲା । ଏହା ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଶରୀରକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ତାଙ୍କର ମୃତ୍ୟୁର କାରଣ ଜଣା ପଡି ନାହିଁ । ପୋଲିସ ଏହି ମାମଲାରେ ତଦନ୍ତ ଜାରୀ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା