Connect with us

ଓଡିଶା

ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ

ସାଙ୍କେତିକ

ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା ଦାସ ଓ ବବଲି ଶ୍ରୀବାସ୍ତବଙ୍କ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ବୋଲି ରାୟଗଡ଼ ଏସ.ପି. ସନ୍ତୋଷ ସିଂ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ଡ୍ରାଇଭର ଟପୋ ସମ୍ପୃକ୍ତି ଥିବାର ସ୍ୱୀକାର କରିଛି । ହତ୍ୟାକାଣ୍ଡ ସମ୍ପର୍କିତ ମିଳିଥିବା ପ୍ରମାଣକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ଭୁବନେଶ୍ୱର, ଝାରସୁଗୁଡ଼ା ସମେତ ତିନୋଟି ସ୍ଥାନକୁ ଛତିଶଗଡ଼ ପୋଲିସ ଯାଇଛି ।

ମୁଖ୍ୟ ଅଭିଯୁକ୍ତ ସାଏଙ୍କର ବ୍ୟାଙ୍କ ଟ୍ରାଂଜାକସନ୍ ଏବଂ ଟ୍ରାଭେଲ ଡିଟେଲ ଯାଂଚ କରାଯିବ । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଇନୋଭା ଗାଡ଼ିରେ ଆଉ କିଏ କିଏ ଥିଲେ ସେ ନେଇ ପ୍ରଶ୍ନ ହେବାରୁ ଡ୍ରାଇଭର ଟପୋ ନୀରବତା ଅବଲମ୍ବନ କରୁଛନ୍ତି । ଯାହାଫଳରେ ଅଧିକ ସନ୍ଦେହ ଦୃଢ଼ୀଭୂତ ହେଉଛି । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବାର ଅନୁମାନ କରାଯାଇଛି । ହତ୍ୟାକାଣ୍ଡ ଘଟିବା ପରେ ଆଉ ଏକ ଇନୋଭା ଗାଡ଼ି ଆସିଥିଲା ବୋଲି ଏସ.ପି. ସୂଚନା ଦେଇଛନ୍ତି । ପ୍ରଥମ ଇନୋଭା ଗାଡ଼ିରେ କଳ୍ପନା, ବବଲି ଏବଂ ଅନୁପ ସାଏ ଥିଲେ । ଆବଶ୍ୟକ ହେଲେ ଅନୁପଙ୍କ ପରିବାରଙ୍କୁ ମଧ୍ୟ ପଚରା ଉଚୁରା କରାଯିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା