Connect with us

ଓଡିଶା

ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲାର ସମୀକ୍ଷା ପାଇଁ ଏସପିଙ୍କୁ ନିର୍ଦ୍ଦେଶ

ସାଙ୍କେତିକ

ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲାର ସମୀକ୍ଷା ପାଇଁ ଏସପିଙ୍କୁ ନିର୍ଦ୍ଦେଶ
– ତଦନ୍ତରେ ଅବହେଳା ଅଭିଯୋଗରେ ଝାରପୋଖରିଆ ଆଇଆଇସି ନିଲମ୍ବିତ
ଭୁବନେଶ୍ୱର, ୦୨ ଡିସେମ୍ବର – ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଏହି ମାମଲାକୁ ପ୍ରତି ସପ୍ତାହରେ ଅଗ୍ରଗତି ସମୀକ୍ଷା କରିବା ପାଇଁ ଜିଲ୍ଲା ଏସପିଙ୍କୁ କୁହାଯାଇଛି । ଏଭଳି ଘଟଣା ଗୁଡିକର ଅଗ୍ରଗତି ନିୟମିତ ସମୀକ୍ଷା କରିବାକୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣାରେ ଆଜି ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି ଏସ୍ଆଇ ତଥା ଏହି ମାମଲାର ତଦନ୍ତକାରୀ ଅଧିକାରୀ ପି.କେ. ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଥିଲା ।
ଗତକାଲି ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କୁ ବଦଳି କରାଯାଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀ ଡାକି ୨ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ । ଦୁଷ୍କର୍ମକାରୀ ସୌମ୍ୟରଞ୍ଜନ ସାହୁଙ୍କ ସହିତ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଥିଲେ ।
ସୂଚନାଯୋଗ୍ୟ, ମାସକ ତଳେ ସଂପୃକ୍ତ ଅଧ୍ୟାପିକା କେନ୍ଦୁଝରରେ ରହୁଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କ ଘରକୁ ବୁଲି ଯାଇଥିଲେ । ସେଠାରେ ଅଭିଯୁକ୍ତ ସୌମ୍ୟରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଜଣକ ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଅଧ୍ୟାପିକାଙ୍କୁ ଧମକ ଦେଇଥିଲା । କିନ୍ତୁ ସେଠାରୁ ଫେରିବା ପରେ ଅଧ୍ୟାପିକା ଜଣକ ଝାରପୋଖରିଆ ଥାନାରେ ଏତଲା (କେସ୍ ନଂ ୧୨୫/୧୯) ଦେଇଥିଲେ । ଗୋଟିଏ ମାସ ଅପେକ୍ଷା ସତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଧ୍ୟାପିକାଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା