Connect with us

ଓଡିଶା

ସର୍ବକ୍ଷମା ଯୋଜନାର ସମୟସୀମା ଆଉ ୧୫ ଦିନ ବଢିଲା – ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ସାଙ୍କେତିକ

ସର୍ବକ୍ଷମା ଯୋଜନାର ସମୟସୀମା ଆଉ ୧୫ ଦିନ ବଢିଲା – ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର ୦୪ ଫେବୃଆରୀ – ସର୍ବକ୍ଷମା ଯୋଜନାକୁ ଖୁବ ଭଲ ପ୍ରତିକ୍ରିୟା ମିଳୁ ଥିବାରୁ ରାଜ୍ୟ ସରକାର ଏହି ଯୋଜନାର ସମୟ ସୀମାକୁ ୧୫ ଦିନ ପାଇଁ ବଢାଇବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଲୋକସେବା ଭବନ ଠାରେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ଯୋଜନାରେ ବହୁ ସଂଖ୍ୟାରେ ଲୋକ ମାନେ ତାଙ୍କର ଯାହା ଡେଭିଏସନ ହୋଇଛି ତାକୁ ଠିକ କରିବାକୁ ଆବେଦନ କରିଛନ୍ତି । ଶେଷ ମହୁର୍ତରେ ଆମେ ଦେଖୁଛୁ ଯେ ଅନେକ ଲୋକ ଏହି ଯୋଜନାରେ ଆବେଦନ କରୁଛନ୍ତି । ଯେହେତୁ ଶେଷ ସମୟରେ ଏତେ ସଂଖ୍ୟାରେ ଆବେଦନ ଆସୁଛି ଓ ଅନେକ ଲୋକ ତରବରିଆ ଭାବେ ଆବେଦନ ଦେଉଛନ୍ତି ତେଣୁ ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ସର୍ବକ୍ଷମା ଯୋଜନାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।
ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ଯେ ଆଉ ୧୫ ଦିନ ପରେ ଏହାକୁ ଆଉ ବଢାଇବାର ସମ୍ଭାବନା ନାହିଁ । ଯଦି କେହି ବେନିୟମ କାମ କରିଥିବେ ଓ ସର୍ବକ୍ଷମା ଯୋଜନାରେ ଆବେଦନ କରି ନ ଥିବେ ତେବେ ଆଉ ୧୫ ଦିନ ପରେ ତେବେ ସରକାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା