Connect with us

ଓଡିଶା

ଲଜରୁ ମିଳିଲା ଯୁବକଙ୍କ ମୃତଦେହ : ଆତ୍ମହତ୍ୟା ସନ୍ଦେହ

ସାଙ୍କେତିକ

ଲଜରୁ ମିଳିଲା ଯୁବକଙ୍କ ମୃତଦେହ : ଆତ୍ମହତ୍ୟା ସନ୍ଦେହ
ବାରିପଦା, ୧୬ ଜୁଲାଇ – ବାରିପଦା ସହରର କେନ୍ଦ୍ର ସ୍ଥଳ ଲାଲବଜାରସ୍ଥିତ ଅପର୍ଣ୍ଣା ଲଜରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ବାରିପଦା ଟାଉନ ଥାନା ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇଛି । ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ମେଣ୍ଢାଖାଇ ଗ୍ରାମର ରବୀନ୍ଦ୍ର ବେହେରା କୌଣସି କାରଣରୁ ରାଗି ଘରୁ ଚାଲିଆସି ଅପର୍ଣ୍ଣା ଲଜରେ ରୁମ୍ ଭଡ଼ା ନେଇ ରହିଥିଲେ । ଆଜି ତାଙ୍କର ମୃତ ଶରୀରକୁ ଲଜର କର୍ମଚାରୀ ଦେଖି ବାରିପଦା ଟାଉନଥାନାକୁ ଖବର ଦେଇଥିଲେ । ମୃତ ଯୁବକ ରବୀନ୍ଦ୍ରଙ୍କ ପାଟିରୁ ଧଳା ଫେଣ ଓ ରକ୍ତ ବାହାରକୁ ବାହାରି ଆସିଥିବାର ଦେଖିବାକୁ ମିଳିଥିଲା । ତେବେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ବାରିପଦା ଟାଉନଥାନା ପୁଲିସ ସୂତ୍ରରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା