Connect with us

ଓଡିଶା

ଫିଲ୍ମ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଠକେଇ ମାମଲା, ଧାରା ୪୨୦ରେ ମାମଲା ରୁଜୁ

ସାଙ୍କେତିକ

ଫିଲ୍ମ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଠକେଇ ମାମଲା, ଧାରା ୪୨୦ରେ ମାମଲା ରୁଜୁ

ନୂଆଦିଲ୍ଲୀ, ୧୨ ଜୁଲାଇ – କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ଫିଲ୍ମ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଉତର ପ୍ରଦେଶର ଏକ ଥାନାରେ ଠକେଇ ମାମଲା ରୁଜୁ ହୋଇଛି । ଏକ ଶୋରେ ଯୋଗ ଦେବା ପାଇଁ ୨୪ ଲକ୍ଷ ଟଙ୍କା ନେଲା ପରେ ସେ ଶୋରେ ଯୋଗ ଦେଇ ନ ଥିଲେ ।

ମିଳିଥିବା ସୂଚନା ଅନୁସାରେ ଉତର ପ୍ରଦେଶର ମୁରାଦାବାଦର ଜଣେ ପ୍ରମୋଦ ଶର୍ମାଙ୍କଠାରୁ ୨୦୧୮ରେ ସୋନାକ୍ଷୀ ଏକ ଶୋରେ ସାମିଲ ହେବାକୁ ୨୪ ଲକ୍ଷ ଟଙ୍କା ନେଇ ଥିଲେ । ତେବେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ ।

ଏ ସମ୍ପର୍କରେ ପ୍ରଥମେ ଶ୍ରୀ ଶର୍ମା ପୋଲିସରେ ଅଭିଯୋଗ କଲେ ସୁଦ୍ଧା ପୋଲିସ କିଛି କରି ନ ଥିଲା । ଏହା ପରେ ଶ୍ରୀ ଶର୍ମା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ସକ୍ରିୟ ହୋଇ ସୋନାକ୍ଷୀଙ୍କ ବିରୁଦ୍ଧରେ ୪୨୦ ଧାରାରେ ମାମଲା ରୁଜୁ କରି ତଦନ୍ତ କରିବା ଆରମ୍ଭ କରିଛି ।

ପୋଲିସ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ଯାଇ ଏ ସମ୍ପର୍କରେ ବୟାନ ରେକର୍ଡ ପାଇଁ ପହଂଚିଥିଲା ମାତ୍ର ସେ ଘରେ ନ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା