Connect with us

ଓଡିଶା

ଟ୍ରକ୍ ଧକ୍କାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସାଙ୍କେତିକ

ଟ୍ରକ୍ ଧକ୍କାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବୌଦ୍ଧ, ୧୬ ଜୁଲାଇ – ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥର ବଦଳାସାହି ଠାରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ନୟାଗଡ ଜିଲା ଜୋଲୁକାବାଲୀ ଗ୍ରାମର ଜ୍ୟୋତ୍ସ୍ନା ପ୍ରଧାନ । ମହିଳା ଜଣକ ପ୍ରଥା ଅନୁଯାୟୀ ନିଜ ବାପା ଘରକୁ ପିଠା ଖାଇବାକୁ ଯାଇ ସ୍ୱାମୀ ସନ୍ତୋଷ ପ୍ରଧାନଙ୍କ ସହିତ ଏକ ବାଇକ୍ ଯୋଗେ ନିଜ ଶ୍ୱଶୁର ଘରକୁ ଫେରୁଥିଲେ । ଆହତ ସନ୍ତୋଷଙ୍କୁ ବାଣିଗୋଛା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ଲୋକେ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଲୋକଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା