Connect with us

ଓଡିଶା

ରାମଦୋଳିରେ ବସି ସେଲଫି ନେବା ହେଲା କାଳ

ସାଙ୍କେତିକ

ରାମଦୋଳିରେ ବସି ସେଲଫି ନେବା ହେଲା କାଳ
ଦୋଳିରୁ ଖସି ଯୁବକ ମୃତ, ଜଣେ ଗୁରୁତର
ସୁବର୍ଣ୍ଣପୁର, ୧୧ ଡ଼ିସେମ୍ବର – ରାମଦୋଳିରେ ବସି ସେଲଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଅଂଚଳରେ । ମୃତ ଯୁବକଙ୍କ ନାମ ଜଗା ବାରିକ । ତାଙ୍କ ଘର ବୈରାଗୀମୁଣ୍ଡା ଗ୍ରାମରେ ବୋଲି ଜଣାପଡିଛି । ଦୁର୍ଘଟଣାରେ ତାଙ୍କ ବନ୍ଧୁ ଗୁରୁତର ଆହତ ହୋଇ ସମ୍ପ୍ରତି ଚିକିତ୍ସାଧିନ ଅଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାମପୁରରେ ଚାଲିଥିବା ଆଂଚଳିକ ଧନୁଯାତ୍ରା ମହୋତ୍ସବ ବୁଲି ଯାଇଥିଲେ ଜଗା ଓ ତାଙ୍କ ସାଙ୍ଗ ମାଧବ ଛତ୍ରିଆ । ସେଠାରେ ପଡିଥିବା ରାମଦୋଳିରେ ଜଗା, ମାଧବଙ୍କ ସହିତ ସେଲଫି ନେଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଉଭୟ ଦୋଳିରୁ ତଳକୁ ଖସି ପଡିଥିଲେ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଜଗାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ ଡ଼ାକ୍ତର ତାଙ୍କୁ ବୁର୍ଲା ମେଡ଼ିକାଲକୁ ପଠାଇଥିଲେ । ହେଲେ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ତାଙ୍କ ସାଙ୍ଗ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା