Connect with us

ଓଡିଶା

ଆଜି ସଂନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ

ସାଙ୍କେତିକ

ହୀରାକୁଦ ଡ଼୍ୟାମ୍ ନିଷିଦ୍ଧାଚଂଳରେ ଅଭିନେତ୍ରୀଙ୍କ ଭିଡ଼ିଓ ସୁଟ୍ ଓ ଭାଇରାଲ୍ ଘଟଣା
ଆଜି ସଂନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ
ରିପୋର୍ଟ ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ- ଏସପି
ସମ୍ବଲପୁର, ୧୬ ଡ଼ିସେମ୍ବର – ହୀରାକୁଦ ଡ଼୍ୟାମ୍ ନିଷିଦ୍ଧାଚଂଳରେ ଅଭିନେତ୍ରୀଙ୍କ ଭିଡ଼ିଓ ସୁଟ୍ ଓ ଭାଇରାଲ୍ ଘଟଣାରେ ହୀରାକୁଦ ଏସଡ଼ିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) । ଆଜି ସଂନ୍ଧ୍ୟା ୫ଟା ସୁଦ୍ଧା ଏନେଇ ସବିଶେଷ ରିପୋର୍ଟ ଦାଖଲ କରିବା ନିମନ୍ତେ ସେ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଉତୋଳନ ହୋଇଥିବା ଏହି ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି । ସେମାନେ ସେଠାରେ ନାଚ, ଗୀତ କରୁଥିବା ଏବଂ ନିଷିଦ୍ଧାଚଂଳରେ କେତେକ କାର୍ ଛିଡ଼ା ହୋଇଥିବା ଏହି ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଛି । ତେବେ କାହା ଅନୁମତିରେ ସେମାନେ ସେଠାକୁ ଯାଇଥିଲେ ଓ ଏହି ଭିଡ଼ିଓ ସୁଟ୍ କରିବାକୁ କିଏ ଅନୁମତି ଦେଲା, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା