Connect with us

ଓଡିଶା

କୁଆଁରମୁଣ୍ଡା ୧୧ ଲକ୍ଷ ଡ଼କାୟତି ଘଟଣା : ୪ ଗିରଫ

ସାଙ୍କେତିକ

କୁଆଁରମୁଣ୍ଡା ୧୧ ଲକ୍ଷ ଡ଼କାୟତି ଘଟଣା : ୪ ଗିରଫ
୨ ପିସ୍ତଲ, ଗୁଳି, ନଗଦ ୪ ଲକ୍ଷ ଟଙ୍କା ଓ ଡ଼କାୟତିରେ ବ୍ୟବହୃତ ଦୁଇଟି ବାଇକ୍ ଜବତ
ସୁନ୍ଦରଗଡ଼, ୧୧ ଡ଼ିସେମ୍ବର – ରାଉରକେଲା ନିକଟ କୁଆଁରମୁଣ୍ଡାରେ ଅକ୍ଟୋବର ୧୫ ତାରିଖରେ ସଂଗଠିତ ୧୧ ଲକ୍ଷ ଟଙ୍କା ଡ଼କାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଆଜି ଭୋର୍ ରୁ ୪ ଜଣ ଡ଼କାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ବୀରମିତ୍ରପୁରର ପିଂଟୁ ସାହୁ, ଝୁରମୁରର ସାମୁଏଲ୍ ଏକ୍କା, କୁଆଁରମୁଣ୍ଡା ନୀତିଶ ମିଶ୍ର ଓ ମହମ୍ମଦ ତାରିକ ସଲିମ୍ । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ଦୁଇଟି ଗୁଳି, ନଗଦ ୪ ଲକ୍ଷ ଟଙ୍କା ଓ ଡ଼କାୟତିରେ ବ୍ୟବହୃତ ଦୁଇଟି ବାଇକ୍ ଜବତ ହୋଇଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୫ ତାରିଖରେ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଭତା ବଂଟନ ପାଇଁ ଏକ ବୋଲେରୋ ଯୋଗେ ରାଉରକେଲାର ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନିଆଯାଉଥିଲା । ଏହି ସମୟରେ ଡ଼କାୟତ ମାନେ ପ୍ରଥମେ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ । ଗାଡ଼ିଟି ଅଟକିବା କ୍ଷଣି ଦୁର୍ବୃତ ମାନେ ଟଙ୍କା ବ୍ୟାଗ୍ ଧରି ଘଟଣାସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲେ । ଗାଡ଼ିରେ ଥିବା ସୁରକ୍ଷାକର୍ମୀ ଏଥିରେ ଆହତ ହୋଇଥିଲେ । ପୂର୍ବରୁ ପୋଲିସ ଏହି ଡ଼କାୟତି ଘଟଣାରେ ସହଯୋଗ କରିବା ଅଭିଯୋଗରେ ଜଣେ ହୋମଗାର୍ଡ଼ ଏବଂ କୁଆଁରମୁଣ୍ଡା ପଂଚାୟତ ସମିତିର ଜଣେ ଯୋଗାଣ ସହାୟକଙ୍କୁ ଗିରଫ କରିଥିଲା । ତେବେ ଏହି ଡ଼କାୟତିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା