Connect with us

ଓଡିଶା

ପାଣି ଟ୍ୟାଙ୍କରୁ ମିଳିଲା ଦେଢକୋଟି ଟଙ୍କାର ଗଞ୍ଜେଇ,୨ ଗିରଫ

ସାଙ୍କେତିକ

ପାଣି ଟ୍ୟାଙ୍କରୁ ମିଳିଲା ଦେଢକୋଟି ଟଙ୍କାର ଗଞ୍ଜେଇ,୨ ଗିରଫ
ମାଲକାନଗିରି ,୧୮ ନଭେମ୍ବର – ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଥିଲି ଥାନା ପୋଲିସ ଜବତ କରିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାନୁସାରେ ମାଥିଲି ଅଂଚଳରୁ ଏକ ପାଣି ଟ୍ୟାଙ୍କର ଯୋଗେ ଚୋରା ଗଞ୍ଜେଇ ଉତରପ୍ରଦେଶକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ପୋଲିସ ପେଟ୍ରୋଲିଂ କରିବା ସମୟରେ ଏହି ଗାଡି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାଂଚ ବେଳେ ଗାଡିରୁ ୧୪୪୭ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ମାଲକାନଗିରି ଥାନା ଆଇଅ।ଇସି ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି । ଏହି ଚାଲାଣରେ ସମ୍ପୃକ୍ତ ଥିବା ଉତରପ୍ରଦେଶର ୨ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରହିବ ବୋଲି ଏସପି ହୃଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା