Connect with us

ଓଡିଶା

ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲମାମଲାରେ ଯୁବକ ଅଟକ

ସାଙ୍କେତିକ

ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲମାମଲାରେ ଯୁବକ ଅଟକ
କୋରାଇ, ୦୬ ଫେବୃଆରୀ – ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର କଂଟିଗଡିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଂଟିଗଡିଆ ଗ୍ରାମର ନରୋତମ ସାମଲଙ୍କ ପୁଅ ରଣଜିତ ରଂଜନ ସାମଲ(୨୮) ଓ ଲକ୍ଷ୍ମଣ ମାଝୀଙ୍କ ଝିଅ ରଶ୍ମିତା(ଛଦ୍ମନାମ) ସହିତ ପ୍ରେମ ସର୍ମ୍ପକ ଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିବା ସହ ପ୍ରେମ ସର୍ମ୍ପକ ସମସ୍ତ ସୀମା ଟପିଥିଲା । ଏମିତି ଦୁହେଁ ହୋଟେଲ ରହିବା ସହ ଝିଅର ନଗ୍ନ ଫଟୋ ରଣଜିତ ପାଖରେ ଥିଲା ।
କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ସର୍ମ୍ପକ ତିକ୍ତତା ହେବାକୁ ଲାଗିଲା । ଏହା ମଧ୍ୟରେ ଝିଅ ପୁଅକୁ ଅଣଦେଖା କରି ଅନ୍ୟ ଏକ ଯୁବକ ସହ ସର୍ମ୍ପକ ରଖିଥିଲା । ଏହା ଜାଣି ପୁଅ ସେହି ଯୁବକ ଓ ତାର ଅନ୍ୟ କିଛି ବନ୍ଧୁଙ୍କ ନିକଟକୁ ଝିଅର ନଗ୍ନ ଫଟୋ ଛାଡିଦେଇଥିଲା । ଫଳରେ ଝିଅ ଘର ପକ୍ଷ ଉତକ୍ôଷପ୍ତ ହୋଇ ପୁଅ ପରିବାର ଉପରେ ଆକ୍ରମଣ କରିଥିଲେ । ପରେ ଯୁବକ ତାଙ୍କ ଘରେ ପଶି ମାରପିଟ ହୋଇଥିବା ଜାଣି ଝିଅ ଘରକୁ ଯାଇ ଝିଅ ଓ ତାର ମାକୁ ମାଡମାରିଥିଲା । ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଉଭୟଙ୍କ ଅଭିଯୋଗ କ୍ରମେ ପୁଲିସ ୨ଟି ମାମଲା ରୁଜ୍ଜୁ କରିବା ସହ ରଣଜିତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା