Connect with us

ଓଡିଶା

ଏବେ ଫେରିବନି ସୁନ୍ଦରୀ

ସାଙ୍କେତିକ

ଏବେ ଫେରିବନି ସୁନ୍ଦରୀ
ଭୁବନେଶ୍ୱର, ୦୫ ଫେବୃଆରୀ – ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ବର୍ତମାନ ପାଇଁ ମଧ୍ୟପ୍ରଦେଶ ଯିବ ନାହିଁ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାରେ ଦୁଇଟି ବାଘ ରହିଛନ୍ତି । ସେମାନେ ଅନ୍ୟତ୍ରକୁ ସ୍ଥାନାନ୍ତର ହେବା ପରେ ସୁନ୍ଦରୀକୁ ସେଠାକୁ ନିଆଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ହରିଶଙ୍କର ଉପାଧ୍ୟାୟ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ବାନ୍ଧବଗଡ ଜଙ୍ଗଲରୁ ଅଣାଯାଇଥିବା ବାଘୁଣୀ ସୁନ୍ଦରୀକୁ ଓଡିଶାରୁ ଫେରାଇ ନେବାପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଗତ ଜାନୁଆରୀ ୨ ତାରିଖରେ ଚିଠି ଲେଖିଥିଲେ । ରାଜ୍ୟ ସରକାର ଗାଇଡ୍ ଲାଇନ୍ ପୂରଣ କରିପାରିନଥିବାରୁ ସୁନ୍ଦରୀକୁ ଫେରାଇ ଦେବା ପାଇଁ ଏନଟିସିଏ କିଛି ଦିନ ପୂର୍ବେ ଓଡିଶା ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇ ସାତକୋଶିଆରେ ଛଡାଯାଇଥିଲା । ମାତ୍ର ସୁନ୍ଦରୀ ଅଭୟାରଣ୍ୟର ଆଖପାଖ ଅଂଳରେ ଘୁରିବୁଲୁଥିଲା । ଏପରିକି ଗୃହ ପାଳିତ ପଶୁ ଓ ମଣିଷଙ୍କୁ ଆକ୍ରମଣ କରିଥିଲା । ଫଳରେ ଗାଁ ଲୋକମାନେ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲେ । ସେବେଠାରୁ ସୁନ୍ଦରୀ ସାତକୋଶିଆରେ ଏନକ୍ଲୋଜରରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା