Connect with us

ଓଡିଶା

ମୋବାଇଲରେ ଗପୁ ଗପୁ ଝାମ୍ପିନେଲା ୪ ଲକ୍ଷ ୮୦ ହଜାର ଟଙ୍କା

ସାଙ୍କେତିକ

ମୋବାଇଲରେ ଗପୁ ଗପୁ ଝାମ୍ପିନେଲା ୪ ଲକ୍ଷ ୮୦ ହଜାର ଟଙ୍କା
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର – କେନ୍ଦ୍ରାପଡା ସଦର ଥାନା ଅଧିନ ଲ-କଲେଜ ଷ୍ଟେଟବ୍ୟାଙ୍କ ଶାଖା ନିକଟରୁ ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ହୋଇଯାଇଥିବା ସଦରଥାନାରେ ଅଭିଯୋଗ ହୋଇଛି ।

ବୁଧବାର ମଧ୍ୟାହ୍ନରେ ତିନିମୁହାଣୀ ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଅଙ୍କୁର ଚରଣ ଦାସଙ୍କ ପୁଅ ରାଜେନ୍ଦ୍ର କୁମାର ଦାସ ଲ କଲେଜ୍ ଷ୍ଟେଟବ୍ୟାଙ୍କ ଶାଖାରୁ ୪ ଲକ୍ଷ ୮୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ବାଇକରେ ଟଙ୍ଗାଇ ଫୋନରେ କାହାସହ କଥା ହେଉଥିବାବେଳେ ଏହାର ସୁଯୋଗ ନେଇ ଜଣେ ଅଜଣା ବ୍ୟକ୍ତି ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇ ଚମ୍ପଟ ମାରିଥିଲା ବୋଲି ରାଜେନ୍ଦ୍ର ସଦରଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଟଙ୍କା ଚୋରି ଅଭିଯୋଗ ପତ୍ର ରଖିବା ସହ ଘଟଣାର ତଦନ୍ତ କରୁଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା