Connect with us

ଓଡିଶା

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା

ସାଙ୍କେତିକ

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା
ଅଭିଯୁକ୍ତ ପ୍ରେମିକ ଗିରଫ
କୋରେଇ, ୯ ଡ଼ିସେମ୍ବର – ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତି ସମୟରେ ତାଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ ଆଜି କୋରେଇ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ମକୁନ୍ଦପୁର ପଂଚାୟତର ମଥୁରାପୁର ଗ୍ରାମର ଆନ ଖଟୁଆଙ୍କ ପୁଅ ଚଗୁଲୁ ସହ କୟାଁ ପଂଚାୟତର ଅସନଗଡିଆ ଗ୍ରାମର ପ୍ରଫୁଲ୍ଲ ପରିଡାଙ୍କ ଝିଅ ଶ୍ରାବଣୀର ପ୍ରେମ ସର୍ମ୍ପକ ଥିଲା । ବିବାହର ପ୍ରତିଶୃତି ଦେଇ ଶ୍ରାବଣୀ ସହ ଚଗୁଲୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ମାତ୍ର ଏବେ ବିବାହ କରିବକୁ ନେଇ ଚଗୁଲୁ ମନା କରିଦେଇଥିଲା । ଫଳରେ ଉଭୟ ପରିବାର ମଧ୍ୟରେ ଏହାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଆଲୋଚନା ସଫଳ ହୋଇନଥିଲା । ଚଗୁଲୁ ବିବାହ କରିବାକୁ ରୋକଠୋକ୍ ମନା କରିବା ଫଳରେ ଶ୍ରାବଣୀ କୋରାଇ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ୨୯୧/୧୯ ରୁଜ୍ଜୁ କରିବା ସହ ଚଗୁଲୁକୁ ଗିରଫ କରି ଦଫା ୪୫୭,୩୭୬ରେ କୋର୍ଟ ଚାଲାଣ କରିଛି । ତା’ର ଜାମିନ ନାମଂଜୁର ହେବାରୁ ତାକୁ ରଗଡି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା