Connect with us

ଓଡିଶା

ଆରୟ।ନ୍ସ ବସରୁ ୫ଟି ବ୍ୟାଗ ଗଞ୍ଜେଇ ଜବତ ୨ଜଣ ମହିଳା ସହ ବସ ଅଟକ

ସାଙ୍କେତିକ

ଆରୟ।ନ୍ସ ବସରୁ ୫ଟି ବ୍ୟାଗ ଗଞ୍ଜେଇ ଜବତ ୨ଜଣ ମହିଳା ସହ ବସ ଅଟକ
କନ୍ଧମାଳ,୦୫ଡିସେମ୍ବର – କନ୍ଧମାଳ ଜିଲା ଖଜୁରିପଡା ଥାନା ଅଧିକାରୀ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ଆରୟ।ନ୍ସ ନାମକ ଗୋଟିଏ ଯାତ୍ରୀବାହୀ ବସ ଭିତରୁ ୫ଟି ବିଭିନ୍ନ ବ୍ୟାଗରେ ଥିବା ଗଞ୍ଜେଇ ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ସୁଚନା ଅନୁସାରେ ଆଜି ଫୁଲବାଣିରୁ ଭୁବନେଶ୍ୱର ଯାଉଥିବା ଆରୟାନ୍ସ ବସରେ ଯାତ୍ରୀ ମାନଙ୍କ ସହିତ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖଜୁରିପଡା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କୁ ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିଥିଲା । ସୁଚନା ପାଇବାପରେ ଥାନା ଅଧିକାରୀ ଏହି ବସଟି ଖଜୁରିପଡାରେ ପହଂଚିବାପରେ ତାକୁ ଅଟକାଇଥିଲେ । ପୋଲିସ ବସକୁ ଅଟକାଇବା ଦେଖି ବସର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ବସର ତନଖି ନେବାପରେ ସେଥିରୁ ଗୋଟିଏ ଟ୍ରଲି ବ୍ୟାଗ୍,ଏୟାର ବ୍ୟାଗ୍ ସମେତ ବିଭିନ୍ନ ପ୍ରକାରର ୫ଟି ବ୍ୟାଗରେ ଗଞ୍ଜେଇ ପାଇଥିଲା । ଫଳରେ ସେଠାରେ ବସକୁ ଜବତ କରିବା ସହିତ ଏହି ଗଞ୍ଜେଇ ଚାଲାଣ କରୁଥିବା ସନ୍ଦେହରେ ଦୁଇଜଣ ମହିଳାଙ୍କୁ ଅଟକ ରଖିଥିବା ଜଣାପଡିଛି ।

ତେବେ ସେଥିରେ ଥିବା ଗଞ୍ଜେଇର ପରିମାଣ ଜଣାପଡିନାହିଁ । ଆସନ୍ତାକାଲି ଏହି ବାବଦରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ସେଥିରେ ଥିବା ଯାତ୍ରୀମାନେ ଅଧା ବାଟରେ ଗାଡିରୁ ଓହ୍ଲାଇ ଚାଲିଚାଲି ଯିବାସହିତ ହଇରାଣ ହରକତ ହୋଇ ଥିବା ଦେଖିବାକୁ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା