Connect with us

ଓଡିଶା

ମଦ ଦୋକାନ କର୍ମଚାରୀଙ୍କୁ ଭୂଜାଲିରେ ହାଣି ୫ ଲକ୍ଷ ଲୁଟ୍

ସାଙ୍କେତିକ

ମଦ ଦୋକାନ କର୍ମଚାରୀଙ୍କୁ ଭୂଜାଲିରେ ହାଣି ୫ ଲକ୍ଷ ଲୁଟ୍
ଆହତ ଦ୍ୱୟ ସ୍ଥାନୀୟ ନର୍ସିିଂହୋମରେ ଭର୍ତି
କଟକ, ୬ ଜାନୁଆରୀ – ମଦ ଦୋକାନ କର୍ମଚାରୀଙ୍କୁ ଭୂଜାଲିରେ ହାଣିବା ସହ ସେମାନଙ୍କଠାରୁ ୫ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ । ଘଟଣାରେ ଆହତ ଦୁଇ କର୍ମଚାରୀଙ୍କୁ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତି କରାଯାଇଛି । ଜଗତପୁର ଆଇବି ରୋଡ଼ରେ ଆଜି ଆଜି ଦିନ ଦ୍ୱି ପ୍ରହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ୍ ।
ତିନି ଜଣ ଦୁର୍ବୃତ ବାଇକ୍ ରେ ଆସି ଦୁଇ କର୍ମଚାରୀଙ୍କୁ ଭୂଜାଲିରେ ଆକ୍ରମଣ କରିବା ସହ ସେମାନଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ୍ ଟିକୁ ଛଡ଼ାଇ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ହେଲେ ସଂନ୍ଧ୍ୟା ସୁଦ୍ଧା ଲୁଟେରାଙ୍କ ଟେର୍ ପାଇନି ପୋଲିସ । ଅନ୍ୟପକ୍ଷରେ ଘଟଣା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା