Connect with us

ଓଡିଶା

କେନ୍ଦୁଝରରେ ପୁଣି ପଲସର ଆତଙ୍କ

ସାଙ୍କେତିକ

କେନ୍ଦୁଝର ରେ ପଲସର ଆତଙ୍କ
– ଝାମ୍ପି ନେଲେ ୫୨ ହଜାର ଟଙ୍କା
କେନ୍ଦୁଝର , ୬ ଜାନୁଆରୀ – କେନ୍ଦୁଝରରେ ପଲସର ଲୁଟେରାଙ୍କର ଟାର୍ଗେଟ ରେ ଏବେ ବ୍ୟାଙ୍କ ଏବଂ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ଜଣେ ମହିଳାଙ୍କ ଠାରୁ ଆଜି ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ଏହି ପଲସର ଲୁଟେରା ଆଖିପିଛୁଳାକେ ଝାମ୍ପି ନେଲେ ୫୨ ହଜାର ୫୦୦ ଟଙ୍କା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଟାଉନ ଥାନା ଅନ୍ତର୍ଗତ ନରଣପରୁ ଅଞ୍ଝଳରେ । ହଳଦିଆଟାଙ୍ଗିରୀ ଗାଁ ର ସବିତା ନାଏକ ଓ ତାଙ୍କ ପୁଅ ପ୍ରୋମଦ ନାଏକ ଆଜି ସୋମବାର ଦିନ ଦିନ ପ୍ରାୟ ୧୨ ଟା ସମୟରେ ନରଣପୁର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ନିଜର , ଶାଶୁ ଙ୍କର ଓ ତାଙ୍କ ନଣନ୍ଦ ଙ୍କ ଏକାଉଟଂରୁ ସମୁଦାୟ ୫୨ ହଜାର ୫୦୦ ଟଙ୍କା ଉଠାଇ ନିଜ ସ୍କୁଟିରେ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ଦୁଇ ଜଣ ଦୁର୍ବୁତ ଏକ ପଲସର ମୋଟର ସାଇକେଲ ରେ ଆସି ସବିତାଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ନେଇ ଉଭାନ ହୋଇଯାଇଥିଲେ । ଲୁଟେରା ମାନେ ଟଙ୍କା ବ୍ୟାଗ ଝାମ୍ପି ନେବା ସମୟରେ ମହିଳା ଜଣକ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡି ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଲୁଟେରା ମାନେ କଳା ଜ୍ୟାକେଟ ପିନ୍ଧିଥିଲେ ଓ ଟଙ୍କା ଲୁଟି ନେଇ କେନ୍ଦୁଝର ସହର ଅଭିମୁଖେ ପଳାଇଥିଲେ । ସେମାନେ ପଳାଇ ଯାଉଥିବା ବେଳେ ଲୁଟର ଶୀକାର ହୋଇଥିବା ତାଙ୍କ ପୁଅ ଓ ତାର ଜଣେ ସାଙ୍ଗ ସେମାନଙ୍କର ପିଛା କରିଥିଲେ ସୁଦ୍ଧା ଧରିବାରେ ସଫଳ ହୋଇ ପାରିନଥିଲେ । ଏହାପରେ ମହିଳା ଜଣକ ତାଙ୍କ ପୁଅ ସହିତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ବ କରିଛି । ହେଲେ ପୋଲିସ ଏ ସଂପର୍କରେ କିଛି କହିବାକୁ ମନା କରିଦେଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ବାରମ୍ବାର ଲୁଟେରା ମାନେ ସ୍ପଷ୍ଟ ଦିବା ଲୋକରେ ରାସ୍ତା ଘାଟରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବାରେ ଲାଗିଛନ୍ତି । ଆହୁରି ମଧ୍ୟ କି ଦିନ କି ରାତି ଦୁବୃର୍ତ ମାନେ ସହର ମଧ୍ୟରେ ଘରେ ଘରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ହାତ ଗୋଡ ବାନ୍ଧି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ସୁଦ୍ଦା ଟାଉନ ପୋଲିସ ଦୁବୃର୍ତ ଙ୍କର ଟେର ପାଉ ନାହିଁ ।
ଫଳରେ ସହର ଲୋକେ ଏବେ ପୋଲିସ ଉପରୁ ଆସ୍ଥା ହରାଇବା ସହ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି । ସହର ମଧ୍ୟରେ ପୋଲିସ ପେଟ୍ରୋଲିଙ୍ଗ ପ୍ରାୟ ନାହିଁ । ସହର ମଧ୍ୟରେ କେବଳ ଆନ୍ଦୋଳନ କିମ୍ବା ହେଲମେଟ ଚେକ୍ ବ୍ୟତିତ ଅନ୍ୟ ସମୟରେ ପ୍ରାୟ ପୋଲିସଙ୍କୁ ଦେଖିବାକୁ ମିଳୁନାହିଁ । ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଅପରାଧ ରୋକିବା ଦିଗରେ ପୋଲିସର ଆଗ୍ରହ ନଥିବା ଲକ୍ଷ୍ୟ କରାଯାଉଛି । ଫଳରେ ଅପରାଧୀ ମାନଙ୍କ ମନୋବଳ ବୃଦ୍ଧି ପାଇବା ସ୍ୱଭାବିକ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା