Connect with us

ଓଡିଶା

କଟକରେ ନକଲି ରିଫାଇନ୍ ତେଲ କାରଖାନା ଉପରେ ଚଢାଉ

ସାଙ୍କେତିକ

କଟକରେ ନକଲି ରିଫାଇନ୍ ତେଲ କାରଖାନା ଉପରେ ଚଢାଉ
ଭୁବନେଶ୍ୱର,୨୨ ଜାନୁଆରୀ – କଟକରୁ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । କଟକ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଏହି ତେଲ କାରଖାନା ଚାଲିଥିଲା । ବୁଧବାର ଟାଙ୍ଗୀ ପୋଲିସ୍ ଆକସ୍ମିକ ଭାବେ ସେଠାରେ ଚଢାଉ କରି ଶହଶହ ନକଲି ରିଫାଇନ୍ ତେଲ ପ୍ୟାକେଟ ଜବତ କରିଛି ।

ସୂଚନାଯୋଗ୍ୟ, ମଙ୍ଗୁଳି ଛକ ନିକଟରେ ଥିବା ଗଜାନନ ରିଫାଇନ୍ ଅଏଲ୍ କମ୍ପାନିରେ ନକଲି ରିଫାଇନ୍ ତେଲ ପ୍ୟାକେଟ ତିଆରି ହେଉଥିବା ପୋଲିସ୍ ସୂଚନା ପାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଯୋଜନା କରି ପୋଲିସ ଆକସ୍ମିକ ଭାବେ ଏହି ରିଫାଇନ୍ ତେଲ କାରଖାନା ଉପରେ ଚଢାଉ କରି କାରଖାନକୁ ସିଲ କରିବା ସହିତ ସେଠାରେ ତିଆରି ହୋଇଥିବା ଶହଶହ ନକଲି ରିଫାଇନ୍ ତେଲ ପ୍ୟାକେଟକୁ ଜବତ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା