Connect with us

ଓଡିଶା

ଭଦ୍ରକରେ ଶୋକର ଛାୟା : ପଶ୍ଚିମବଙ୍ଗର ଶଙ୍କରାଇ ସଡକ ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ସାଙ୍କେତିକ

ଭଦ୍ରକରେ ଶୋକର ଛାୟା : ପଶ୍ଚିମବଙ୍ଗର ଶଙ୍କରାଇ ସଡକ ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ, ଜଣେ ଗୁରୁତର
ଭଦ୍ରକ, ୧୭ ଜୁଲାଇ – ସୁଦୂର ପଶ୍ଚିମବଙ୍ଗସ୍ଥିତ କୋଲକାତା ହାୱରାର ଏକ ବିବାହ ଭୋଜିକୁ କାର୍ ଯୋଗେ ଯୋଗଦେବାକୁ ଯାଇଥିବା ପାଂଚ ଜଣଙ୍କ ମଧ୍ୟରୁ ଚାରିଜଣ ସାଥୀଙ୍କ ଜୀବନ ଚାଲିଯିବା ଘଟଣା ଭଦ୍ରକରେ ଶୋକର ଛାୟା ଖେଳାଇ ଦେଇଛି । ୫ ଜଣଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଏବେ ଢୁଲାଗଡ ଡାକ୍ତରଖାନାରେ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସମସ୍ତ ମୃତାହତ ଯୁବକଙ୍କ ଘର ଓଡିଶାର ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଅଂଚଳ ବୋଲି ଜଣାପଡିଛି ।

ପ୍ରାପ୍ତ ଖବର ଅନୁସାରେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଭଦ୍ରକ କୁଆଁସ ଗ୍ରାମର ଦିଗ୍ବିଜୟ ଦାସ (ଦିପୁ), ଯାଜପୁର ବିଂଝାରପୁର ଅଂଚଳର ମନୋଜ ମହାନ୍ତି, ଖୋର୍ଦ୍ଧା ଜିଲା ଚନ୍ଦକା ଅଂଚଳର ଦିଲ୍ଲୀପ କୁମାର ନାୟକ ଓ ସହୀଦ ନଗରର ପି. ତେଜେଶ୍ୱର ରାଓ ଏବଂ ଭୁବନେଶ୍ୱରର କ୍ରିଷ୍ଣା ରାଓ ଏକ କାର ଯୋଗେ ସୁଦୂର ପଶ୍ଚିମବଙ୍ଗର କୋଲକାତା ସ୍ଥିତ ହାୱାରାକୁ ଯାଇଥିଲେ । ତେବେ ଫେରିବା ସମୟରେ ସେମାନଙ୍କ କାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳେ ପଶିଯାଇଥିଲା । ଫଳରେ ପା ଜଣଙ୍କ ମଧ୍ୟରୁ କେବଳ କ୍ରିଷ୍ଣା ରାଓ ଗୁରୁତରଅବସ୍ଥାରେ ଢୁଲାଗଡ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ସମସ୍ତ ଚାରିଜଣ ସାଙ୍ଗ ମୃତ୍ୟୁବରଣ କରୁଥିବାର ଜଣାପଡିଛି । ସ୍ଥାନୀୟ ଶଙ୍କରାଇ ଥାନା ପୁଲିସ୍ ସେମାନଙ୍କ ମୃତଦେହ ଜବତ କରି ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଛି ।

ବିଶେଷକରି ଭଦ୍ରକର ଦିଗ୍ବିଜୟ ଜଣେ ଭଲ କ୍ରିକେଟ୍ ଖେଳାଳି ହୋଇଥିବାରୁ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଓ କ୍ରୀଡାବିତ୍ ମହଲରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା