Connect with us

ଓଡିଶା

ଗଣଦୁଷ୍କର୍ମ ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

ସାଙ୍କେତିକ

ପୋଲିସ କ୍ୱାଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା
ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି
ପୁରୀ, ୯ ଡ଼ିସେମ୍ବର – ପୋଲିସ କ୍ୱାଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି ମାମଲାରେ ଜଡ଼ିତ ଥିବା ଏକ ଦମ୍ପତିଙ୍କୁ କୁମ୍ଭାରପଡ଼ା ଥାନା ପୋଲିସ ଭୁବନେଶ୍ୱର ଜାଗମରା ଅଂଚଳରୁ ଗିରଫ କରିଛି । ଫଳରେ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୬ରେ ପହଂଚିଛି । ଗିରଫ ବ୍ୟକ୍ତି ହେଲେ ରଞ୍ଜିତ୍ ପରିଡ଼ା ଓ ତାଙ୍କ ପତ୍ନୀ ସୌମ୍ୟାସେଫାଳି ।
ପ୍ରକାଶ ଥାଉ କି, ଗତ ୨ ତାରିଖ ଦିନ ଅଭିଯୁକ୍ତ ମାନେ ନାବାଳିକାଙ୍କୁ କାର୍ ରେ ଲିଫ୍ଟ ଦେଇ ଗାଁରେ ଛାଡିଦେବାକୁ କହି କାକଟପୁରରୁ ପୁରୀ ନେଇ ଆସିଥିଲେ । ସେଠାରେ ଏକ ପୋଲିସ କ୍ୱାଟର୍ସରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । କୁମ୍ଭାରପଡ଼ା ଥାନା ପୋଲିସ ପୀଡ଼ିତା ନାବାଳିକାଙ୍କ ଅଭିଯୋଗକୁ ଭିତି କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ ଓ ତା’ର ଅନ୍ୟ ତିନି ସହଯୋଗୀ ରାଜେଶ କୁମାର ସେଠୀ, ରାମଚନ୍ଦ୍ର ପ୍ରଧାନ ଓ ବୁଲୁ ବାରିକକୁ ପୂର୍ବରୁ ଗିରଫ କରିଥିଲା । ମାମଲାରେ ସମ୍ପୃକ୍ତ ଥିବା ସିଆରପିଏଫ ଯବାନ ବୁଲୁ ବାରିକକୁ ପୋଲିସ ଗତକାଲି ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଥିଲା । ବୁଲୁ ବାବଦରେ ଅଧିକ ତଥ୍ୟ ଦେବାକୁ ପୁରୀ ପୋଲିସ ପକ୍ଷରୁ ସିଆରପିଏଫକୁ ଚିଠି ଲେଖାଯାଇଥିବା ନେଇ ଏସପି ଡଃ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା