Connect with us

ଓଡିଶା

ବିଜୁଳି ଦର ନିର୍ଦ୍ଧାରଣ ନେଇ ୟୁନିଟ ପ୍ରତି ୨୬ ପଇସା ବୃଦ୍ଧି ପାଇଁ ଓପିଜିସିର ଦାବି

ସାଙ୍କେତିକ

ବିଜୁଳି ଦର ନିର୍ଦ୍ଧାରଣ ନେଇ ଓଇଆରସିରେ ଶୁଣାଣୀ ଦ୍ୱିତୀୟ ଦିନରେ
ୟୁନିଟ ପ୍ରତି ୨୬ ପଇସା ବୃଦ୍ଧି ପାଇଁ ଓପିଜିସିର ଦାବି
ଭୁବନେଶ୍ୱର, ୦୪ ଫେବୃଆରୀ – ରାଜ୍ୟରେ ବିଜୁଳି ଦର ନିର୍ଦ୍ଧାରଣ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ରେ ମଙ୍ଗଳବାର ଦିନ ଶୁଣାଣୀ ଦ୍ୱିତୀୟ ଦିନରେ ପହଂଚିଛି । ଦ୍ୱିତୀୟ ଦିନରେ ଓପିଜିସି ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ପକ୍ଷ ରଖା ଯାଇଥିଲା । କମ୍ପାନୀ ପକ୍ଷରୁ ପ୍ରତି ୟୁନିଟ ୨୬ ପଇସା ବୃଦ୍ଧି କରିବାକୁ ଦାବି କରାଯାଇଛି ।

ଏହି ଶୁଣାଣୀ କାର୍ଯ୍ୟକ୍ରମ ୧୪ ତାରିଖ ଯାଏ ଚାଲିବ । ଆଗାମୀ ୫ ତାରିଖରେ ଗ୍ରିଡକୋ, ୬ ତାରିଖରେ ଓପିଟିସିଏଲ, ଓ ଏସଏଲଡିସି, ୭ ତାରିଖରେ ନେସ୍କୋ, ଆଗାମୀ ୧୦ ତାରିଖ ଦିନ ସେସୁର ଆବେଦନ ଉପରେ ଶୁଣାଣୀ ହେବ । ସେହିପରି ୧୨ ତାରିଖରେ ୱେସ୍କୋ ଓ ୧୪ ତାରିଖରେ ସାଉଥକୋର ଆବେଦନ ଉପରେ ଶୁଣାଣୀ ହେବ ।

ଉଲ୍ଲେଖନୀୟ ଯେ ବିଦ୍ୟୁତ ଦର ବଢାଇବା ପାଇଁ ବିଭିନ୍ନ ବିତରଣ କମ୍ପାନୀ ଆବେଦନ କରିଛନ୍ତି । ତେଣୁ ସେମାନଙ୍କ ଆବେଦନ ନେଇ ଏହି ଶୁଣାଣୀ ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା