Connect with us

ଓଡିଶା

ଜେଲ୍ ରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ସାଙ୍କେତିକ

ଜେଲ୍ ରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର,୨୨ ଜାନୁଆରୀ – ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଭୁବନେଶ୍ୱରସ୍ଥିତ ଝାରପଡା ଜେଲ୍ ରେ ଥିବା ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲ୍ ର ଟଏଲେଟରେ ବେକରେ ଇନଭର୍ଟର ତାର ଗୁଡ଼ାଇ ପ୍ରଦୀପ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାଯାଇଛି ।

ଜେଲ୍ କର୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ଜେଲ୍ ପିଅନ୍ ସହ କୌଣସି କାରଣକୁ ନେଇ ପ୍ରଦୀପଙ୍କ ଝଗଡା ହୋଇଥିଲା । ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଇଥିଲା । ପ୍ରଦୀପଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପ୍ରଦୀପଙ୍କୁ ଏସସିବି ମାନସିକ ରୋଗ ବିଭାଗକୁ ପଠାଯାଇଛି । ଏହାକୁ ମିଶାଇ ପ୍ରଦୀପ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି । ଏହା ପୂର୍ବରୁ ସେ ହାତ କାଟି ଏବଂ ରେଲିଂରେ ନିଜ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୨୦୧୪ରେ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସିବିଆଇ ଅର୍ଥତତ୍ୱ ସଂପର୍କିତ ମାମଲା ଗୁଡିକର ତଦନ୍ତ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା