Connect with us

ଓଡିଶା

ଜେଲ୍ ରୁ ବାହାରିଲେ ଆଇଏଏସ୍ ବିଜୟକେତନ

ସାଙ୍କେତିକ

ଜେଲ୍ ରୁ ବାହାରିଲେ ଆଇଏଏସ୍ ବିଜୟକେତନ
ଭୁବନେଶ୍ୱର, ୦୪ ଫେବୃଆରୀ – ଲାଂଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଆଇଏଏସ୍ ବିଜୟ କେତନ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ମୁକୁଳିଛନ୍ତି । ଗତକାଲି ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା ।

ଜେଲରୁ ବାହାରିବା ପରେ ବିଜୟ କେତନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି । ଅଦାଲତ ଯାହା ନିଷ୍ପତି ନେବେ ଗ୍ରହଣ କରିବି ବୋଲି ସେ କହିଛନ୍ତି । ଏହା ଉପରେ ସେ ଅଧିକ ପ୍ରତିକ୍ରିୟା ଦେଇପାରିବେ ନାହିଁ ।

ସୂଚନାଯୋଗ ଯେ ୨୦୦୯ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଗତ ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଦ୍ୱାରା ବିଜୟ ଗିରଫ ହୋଇଥିଲେ । ଗିରଫ ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ତାଙ୍କ ସହ ଜଣେ ଘରୋଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଫସାଇ ଦିଆଯାଇଥିବା ବିଜୟ ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା