Connect with us

ଓଡିଶା

ଦେହ ବ୍ୟବସାୟ ସନ୍ଦେହରେ ପୁରୀ ଗଣଦୁଷ୍କର୍ମ ମାମଲା !

ସାଙ୍କେତିକ

ଦେହ ବ୍ୟବସାୟ ସନ୍ଦେହରେ ପୁରୀ ଗଣଦୁଷ୍କର୍ମ ମାମଲା !

ପୁରୀ, ୬ ଡ଼ିସେମ୍ବର – ପୁରୀର ପୁଲିସ ଲାଇନ୍ ସରକାରୀ କ୍ୱାଟରରେ ଜିତେନ୍ଦ୍ରଙ୍କ ସେକ୍ସ ର‌୍ୟାକେଟ ସଂପର୍କରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଭାବେ ଦାବି କରୁଥିବା ମହିଳାଙ୍କ ବୟାନ ସମସ୍ତଙ୍କୁ ସନ୍ଦେହଘେର ଭିତରକୁ ଟାଣି ଆଣିଛି , ତାଙ୍କ ଅନୁସାରେ ଅଭଯୁକ୍ତ ଜିତେନ୍ଦ୍ର ବହୁଦିନ ଧରି ସେଠାରେ ସେକ୍ସ ର‌୍ୟାକେଟ ଚଳାଉଥିଲେ । ଏଥିରେ ତାଙ୍କର ପ୍ରଥମ ସ୍ତ୍ରୀ ସହଯୋଗ କରୁଥିବା ଅଭିଯୋଗ କରିଥିଲେ । ଜିତେନ୍ଦ୍ରଙ୍କ ଏହି ସେକ୍ସ ରାକେଟର ଅନେକ ଦିଗ ପ୍ରତି ସହରରେ ଚର୍ଚ୍ଚା ହେଉଛି ।

ଜିତେନ୍ଦ୍ର ବହୁଦିନ ଧରି ସେଠାରେ ଏହି ଦେହ ବେପାର ଚଳାଇବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ର‌୍ୟାକେଟ୍ ଚଳାଉଥିବା କୁହାଯାଇଛି । ଜିତେନ୍ଦ୍ରଙ୍କ ସେକ୍ସ ଡ଼ାଏରୀ ବା ଫୋନବୁକ ସଂପର୍କରେ ଏବେ ଆଲୋଚନା ଜୋର୍ ଧରିଛି । ଏଥିରେ ପୁରୀ, ଭୁବନେଶ୍ୱର, କଟକର ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ସହ ଅନେକ ବୁଦ୍ଧିଜୀବି ରହିଥିବା ସନ୍ଦେହ କରାଯାଉଛି । ପୁଲିସ ଗଣଦୁଷ୍କର୍ମ ଘଟଣାରେ ଅନେକ ଦିଗପ୍ରତି ଦୃଷ୍ଟି ଦେଇ ତଦନ୍ତ ଆରମ୍ଭ କରିଛି । ପୀଡ଼ିତାର ବୟାନ ରେକର୍ଡ କରାଯାଇଛି ।

ସେ ଭୁବନେଶ୍ୱରରୁ ନିମାପଡାକୁ କେଉଁ ବସ୍ ରେ ଆସିଥିଲେ, କେଉଁ ହୋଟେଲରେ ଖାଉଥିଲେ, ହଠାତ୍ କିପରି କାର୍ ଯାଇ ତାଙ୍କୁ ପଚାରିଲା, ପରିଚୟପତ୍ର ଅଭିଯୁକ୍ତ ପୂର୍ବତନ ପୁଲିସ କାହିଁକି ଦେଖାଇଲା, ସେ କିପରି କାର୍ ରେ ଆସିବାକୁ ରାଜି ହେଲା, କାରରେ କେତେ ସିଟ୍ ଥିଲା, ପୂର୍ବରୁ ଡ୍ରାଇଭର ସହ ୪ ଜଣ ଥିବା କହୁଥିବା ବେଳେ ପୀଡିତାକୁ ମିଶାଇଲେ ୫ ଜଣ କିପରି ଆସିଲେ, ସେହି ଗାଡିର ମାଲିକ କିଏ, ଗାଡିର ନମ୍ବର କ’ଣ, ସେ ଗାଡି ହଠାତ୍ କିପରି ନିମାପଡାରେ ପହଂଚିଲା, କିପରି ଯୋଗାଯୋଗ ହେଲା ସେ ସଂପର୍କରେ ପୁଲିସ ଟିକିନିଖି ତଦନ୍ତ କରୁଛି । ଅନ୍ୟପକ୍ଷରେ ପୀଡିତାର ପୁରୁଷ ବନ୍ଧୁ କିଏ, ପୀଡିତା କିପରି କୁମ୍ଭାରପଡା ଥାନାକୁ ଗଲେ, ଦୁଷ୍କର୍ମ ସମୟରେ କିଏ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲା, ସବୁ ବିଷୟରେ ଏବେ ସହରରେ ଆଲୋଚନା ହେଉଛି । ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ସେହି ଢାଂଚାରେ ଏହାକୁ ପକାଇବାକୁ ଚେଷ୍ଟା କରାଯାଇନାହିଁ ତ ବୋଲି କେତେକ ବୁଦ୍ଧିଜୀବି ଆଲୋଚନା କରିଛନ୍ତି ।

ଡାକ୍ତରୀ ରିପୋର୍ଟରେ ପୀଡିତାର ବୟସ କେତେ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ଲୋକେ କହିଛନ୍ତି । କ୍ୱାର୍ଟରର ବାହାରେ ତାଲା ଓ ଘର ଭିତର ଖୋଲା ନ୍ୟାୟରେ କେତେବର୍ଷ ହେଲାଣି ଏପରି କାରବାର ଚାଲିଥିଲା ତାକୁ ନେଇ ଷ୍ଟେସନ ଅଂଚଳରେ ବିଭିନ୍ନ ଖଟିରେ ଆଲୋଚନା ହେଉଛି । ହାଇଦ୍ରାବାଦ ଏନକାଉଂଟର ଘଟଣା ପୁରୀରେ ପୁନରାବୃତି ହେବନି ତ ବୋଲି ଆଲୋଚନା ହେଉଛି ।
ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି – ପୋଲିସ କ୍ୱାଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ଅନ୍ୟ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ଆଜି ମାମଲାରେ ତୃତୀୟ ଅଭିଯୁକ୍ତ କୁହାଯାଉଥିବା ରାମଚନ୍ଦ୍ର ପ୍ରଧାନକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିଆପୁଟ ଗ୍ରାମରୁ ପୋଲିସ ଅଭିଯୁକ୍ତ ରାମଚନ୍ଦ୍ରକୁ ଗିରଫ କରିଛି । ଫଳରେ ମାମଲାରେ ପୋଲିସର ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।
ଅପରପକ୍ଷରେ ଜିତୁଙ୍କ ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଜିତୁଙ୍କୁ ଫାଶୀ ଦିଆଯାଉ । ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି ନୀରବ ରହିଥିଲେ ଓ ଜିତୁର ଅପରାଧିକ କାର୍ଯ୍ୟକଳାପ ବିଷୟରେ ପୋଲିସକୁ କାହିଁକି ସୂଚନା ଦେଇନଥିଲେ, ତାକୁ ନେଇ ମଧ୍ୟ ଜନସାଧାରଣଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିତୁ ସଂପର୍କରେ ଅନେକ କଳଙ୍କିତ ଅଧ୍ୟାୟ ଏବେ ଅନାଲୋଚିତ ହୋଇ ରହିଯାଇଛି । ପୁରୀ ଗଣଦୁଷ୍କର୍ମ ମାମଲାର ଲୁକ୍କାୟିତ କାହାଣୀ କେବେ ଖୋଲିବ ସେ ସଂପର୍କରେ ଜନସାଧାରଣ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା