Connect with us

ଓଡିଶା

ତେଲେଙ୍ଗାନା ପୋଲିସ୍ ସମର୍ଥନରେ ବାହାରିଲେ କିନ୍ନର ମହାସଂଘ

ସାଙ୍କେତିକ

ତେଲେଙ୍ଗାନା ପୋଲିସ୍ ସମର୍ଥନରେ ବାହାରିଲେ କିନ୍ନର ମହାସଂଘ
ପଶ୍ଚିମବଙ୍ଗ ଓ ଉତର ପ୍ରଦେଶରେ ଗଣଦୁଷ୍କର୍ମକାରୀଙ୍କୁ ମଧ୍ୟ ଏହିଭଳି ଦଣ୍ଡ ଦିଆଯାଉ
ଭୁବନେଶ୍ୱର, ୦୬ ଡିସେମ୍ବର – ଡ଼ାକ୍ତର ପ୍ରିୟଙ୍କା ରେଡ଼ିଙ୍କୁ ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରାଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦିଆଗଲା ତାକୁ ସାରା ବିଶ୍ୱ ନିନ୍ଦା କରିବା ସହ ଦୁଷ୍କର୍ମକାରଙ୍କୁ ଏନକାଉଣ୍ଟର କରି ତେଲେଙ୍ଗାନା ପୋଲିସ୍ କରି ଦେଖାଇଦେଇଛି ।
ଏହି ତେଲେଙ୍ଗାନା ପୋଲିସର ଦୁଃସାହସରୁ ଓଡ଼ିଶା ପୋଲିସ୍ କିଛି ଶିକ୍ଷା ଗ୍ରହଣ କରୁ ବୋଲି ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ଜଣ କିନ୍ନର ମାଷ୍ଟରକ୍ୟାଂଟିନ ଛକଠାରେ ଏକାଠି ହୋଇ ପ୍ରିୟଙ୍କା ରେଡ଼ି ଅମର ରହେ, ପ୍ରିୟଙ୍କା ରେଡ଼ିଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି ଆଦି ସ୍ଲୋଗାନ ଦେବା ସହିତ ତେଲେଙ୍ଗାନା ପୋଲିସର କାର୍ଯ୍ୟକଳାପ ପ୍ରଶଂସା କରିବା ସହିତ ତେଲେଙ୍ଗନା ପୋଲିସ ଜିନ୍ଦାବାଦ ଭଳି ବିଭିନ୍ନ ସ୍ଲୋଗାନ ଦେବା ସହ ସାରା ଦେଶରେ ଘଟୁଥିବା ଏଭଳି ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗୁଳିକରି ମାରିଦିଆଯାଉ ବୋଲି ଦାବି କରିଥିଲେ । ଏତଦବ୍ୟତୀତ ଉଚ୍ଚତମ ନ୍ୟାୟାଳୟରୁ ନ୍ୟାୟ ପ୍ରଦାନରେ ବହୁ ବିଳମ୍ବ ହେଉଥିବାରୁ ସେମାନେ ସାକ୍ଷୀମାନଙ୍କୁ ଧମକ ଚମକ ଦେଇ ସେମାନଙ୍କ ପାଟି ବନ୍ଦ କରିଦିଆଯାଉଥିବାବେଳେ ଏଭଳି ତତକ୍ଷଣାତ ନ୍ୟାୟ ପୀଡ଼ିତାମାନଙ୍କ ପରିବାରକୁ ନ୍ୟାୟ ଦେଇପାରିବ ବୋଲି ସେମାନେ ଦାବି କରିଥିଲେ ।
ପଶ୍ଚିମବଙ୍ଗ ଓ ଉତରପ୍ରଦେଶରେ ଘଟୁଥିବା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀଙ୍କୁ ଏହିଭଳି ଦଣ୍ଡ ମିଳୁ ବୋଲି ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂଜା କିନ୍ନର, ଲକି କିନ୍ନର, ରିଆ କିନ୍ନର, ଶୁଭ କିନ୍ନର, ଯମୁନା କିନ୍ନର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା