Connect with us

ଓଡିଶା

ଡିଭାଇଡର ଡେଇଁ ସ୍କର୍ପିଓକୁ ପିଟିଲା କାର , ୫ ମହିଳା ଶ୍ରମିକଙ୍କ ମୃତ୍ୟୁ

ସାଙ୍କେତିକ

ଡିଭାଇଡର ଡେଇଁ ସ୍କର୍ପିଓକୁ ପିଟିଲା କାର , ୫ ମହିଳା ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ୱର,୨୨ ଜାନୁଆରୀ – ରାଜଗାଙ୍ଗପୁର ରମାବାହାଲ ଛାକ ସ୍ଥିତ ବିଜୁ ଏକ୍ସପ୍ରେସ୍ ୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାସ୍ତା କାମ କରୁଥିବା ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଆହୁରି ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ କାର ଡିଭାଇଡରକୁ ଟପି ସ୍କର୍ପିଓକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରାସ୍ତା କାମ କରୁଥିବା ମହିଳା ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କର ରାଉରକେଲା ହସ୍ପିଟାଲରେ ମୃତ୍ୟୁ ହୋଇଥିଲା
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍ ଯାଉଥିଲା । ଏହି ସମୟରେ ଅପର ପାଶ୍ୱର୍ରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା । ଉଭୟ ଗାଡ଼ି ମଝିରେ ଡିଭାଇଡର ଥିବା ସତ୍ୱେ ରମାବାହାଲ ଛକ ନିକଟରେ ଡିଭାଇଡରକୁ ଟପି ରାସ୍ତା ଅପରପାଶ୍ୱର୍ରେ ଯାଉଥିବା ସ୍କର୍ପିଓ ସହ ପିଟି ହୋଇଯାଇଥିଲା କାର୍ । ଉକ୍ତ ସମୟରେ ସେଠାରେ ରାସ୍ତା କାମ କରୁଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚିଯିବାରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆହୁରି ୪ ମହିଳା ଶ୍ରମିକ ଗୁରୁତର ଥିବା ବେଳେ ସେମାନଙ୍କୁ ଆଇଜିଏଚ୍ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ୩ ଜଣ ଆଖି ବୁଜିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସେମାନଙ୍କ ବ୍ୟତୀତ ଦୁର୍ଘଟଣାଗ୍ରସ୍ତ କାର୍ ଓ ସ୍କର୍ପିଓରେ ଥିବା ୬ ଜଣ ଆହତ ହୋଇଛନ୍ତି । ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ରାଜଗାଙ୍ଗପୁର ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା