Connect with us

ଓଡିଶା

ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ସାଙ୍କେତିକ

ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ରାଉରକେଲା, ୧ ନଭେମ୍ବର – ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଅଂଚଳର ଖୁକୁଣ୍ଡବାହାଲ ଜଙ୍ଗଲରେ ସଂଗଠିତ ଗଣଦୁଷ୍କର୍ମ ମାମଲାରେ ଗିରଫ ତିନି ଜଣଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଆଁରମୁଣ୍ଡାର ବିଜୟ ଓରାମ(୨୫), ରଞ୍ଜିତ ଟପ୍ପୋ(୨୬) ଓ ସଂଜିତ ଟପ୍ପୋ(୨୭) ।
ଅଭିଯୋଗ ମୁତାବକ, ଗତ ୨୯ତାରିଖ ରାତିରେ କୁଆଁରମୁଣ୍ଡାର ବିଜୟ, ରଞ୍ଜିତ ଓ ସଂଜିତ କୌଣସି କାମରେ ଚାନ୍ଦିପୋଷ ଥାନା ଏରିଆର ହାତୀଗୁଡା ଗ୍ରାମକୁ ଯାଇଥିଲେ । ସେଠାରୁ ସୁଯୋଗ ପାଇ ୨ଜଣ ଯୁବତୀଙ୍କୁ ସେହି ଗ୍ରାମରୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ ଲାଗି ଉଦ୍ୟମ କରୁଥିବା ବେଳେ ସେମାନଙ୍କ କବଳରୁ ଜଣେ ଖସିଯାଇଥିଲା । ପରେ ରହି ଯାଇଥିବା ଯୁବତୀ ଜଣଙ୍କୁ ଏହି ୩ ଜଣ ଅଭିଯୁକ୍ତ ରାତି ତମାମ ଦୁଷ୍କର୍ମ କରିବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣାସ୍ଥଳରେ ଛାଡି ଯାଇଥିଲେ । କୌଣସି ପ୍ରକାରେ ଯୁବତୀ ଜଣକ ଘରକୁ ଫେରି ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ଉଭୟ ଚାନ୍ଦିପୋଷ ଓ କୁଆଁରମୁଣ୍ଡା ପୁଲିସ ୩ ଅଭିଯୁକ୍ତଙ୍କୁ ଗତକାଲି କୁଆଁରମୁଣ୍ଡା ଅଂଚଳରୁ ଗିରଫ କରିଥିଲା । ଡାକ୍ତରି ମାଇନା ପରେ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା