Connect with us

ଓଡିଶା

ବାଲିଗୁଡା ନାବାଳିକା ଦୁଷ୍କର୍ମ ଘଟଣା

ସାଙ୍କେତିକ

ବାଲିଗୁଡା ନାବାଳିକା ଦୁଷ୍କର୍ମ ଘଟଣା
ଅଭିଯୁକ୍ତ ନାବାଳକ ଜୁଭେନାଇଲ କୋର୍ଟରେ ହାଜର
କନ୍ଧମାଳ, ୧ ନଭେମ୍ବର – କନ୍ଧମାଳ ଜିଲା ବାଲିଗୁଡା ଥାନା ଅଂଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ତାଙ୍କ ପରିବାର ଲୋକେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଅଭିଯୁକ୍ତ ନାବାଳକକୁ ଧରି ଜୁଭେନାଇଲ କୋର୍ଟରେ ହାଜର କରାଇଛି ।
ଗତକାଲି ଜଣେ ୪ ବର୍ଷର ନାବାଳିକା ତାଙ୍କ ଘର ଆଗରେ ଖେଳୁଥିବାବେଳେ ସେହି ଅଂଚଳର ଜଣେ ନାବାଳକ ତାକୁ ଜୋର ଜବରଦସ୍ତି ଉଠାଇନେଇ ତାସହିତ ଦୁସ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବାଲିଗୁଡା ଥାନା ପୁଲିସ ପୀଡିତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହିତ ଅଭିଯୁକ୍ତ ନାବାଳକକୁ ଧରି ତାକୁ ଜୁଭେନାଇଲ କୋର୍ଟରେ ହାଜର କରାଇଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସୂତ୍ରରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା