Connect with us

ଓଡିଶା

କୋଲକାତା ଯାତ୍ରୀବାହୀ ବସରେ ମାଲବୁହା ପ୍ରସଙ୍ଗ : ଭଦ୍ରକରୁ ହୁଗୁଳି ଯାଏ ଚାଲିଛି ମାସିକିଆ ବଟି

ସାଙ୍କେତିକ

କୋଲକାତା ଯାତ୍ରୀବାହୀ ବସରେ ମାଲବୁହା ପ୍ରସଙ୍ଗ : ଭଦ୍ରକରୁ ହୁଗୁଳି ଯାଏ ଚାଲିଛି ମାସିକିଆ ବଟି
ଭଦ୍ରକ, ୨ ଜୁଲାଇ – ଆଉ ଥରକୁ ଥର ଜାତୀୟ ରାଜପଥ କଡରେ ଛିଡା ହୋଇ ପ୍ରତି ବସ୍କୁ ଅଟକାହଇ ବଟି ମାଗିବା ପ୍ରସଙ୍ଗ ଛାଡି ଦେଲେଣି ସେଲଟ୍ୟାକ୍ସ, ପରିବହନ ଓ ଜିଏସ୍ଟି ଅଧିକାରୀମାନେ । ମାସିକିଆ କୋଟା କରିଦେଇଛନ୍ତି ସେମାନେ । ବସ୍ ଯାଉ କି ନଯାଉ ମାସ ଶେଷରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସ୍ ଅଟକାଇ କଣ୍ଡକ୍ଟର ତାଙ୍କ ପାଉଣା ଏବେ ଦେଇଦେଉଛି । ଏହି କାର୍ଯ୍ୟକ୍ରମ ଭଦ୍ରକରୁ ଆରମ୍ଭ ହେଉଛି ଯେ କଲିକତାର ହୁଗୁଳି ଓ କୋଲାଘାଟ ଯାଏଁ ଲାଗି ରହିଛି । ଚାନ୍ଦବାଲି, ଆରଡି, ଧାମରା, ରାଜକନିକା ଆଦି ଅଂଚଳରୁ କଲିକତା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ହାଲ ଶୁଣିଲେ ତାଟକା ହୋଇଯିବାକୁ ପଡିବ । ଯଥା ଚାନ୍ଦବାଲିରୁ ବାହାରୁଥିବା ଗୋଟିଏ ବସ୍ ୧୨ ହଜାର ଟଙ୍କାର ଯାତ୍ରୀ ନେଉଛି ଓ ଆସିଲା ବେଳେ ୧୨ ହଜାର ଟଙ୍କାର ଯାତ୍ରୀ ଭଡା ପାଉଛି । ମୋଟ ୨୫ ହଜାର ଟଙ୍କା ପାସେଞ୍ଜରଙ୍କ ଠାରୁ ଆଦାୟ କରୁଥିବା ବେଳେ ଖର୍ଚ୍ଚ ବାବଦକୁ ୬ ହଜାର କରି ଦୁଇ ପିଠିରେ ୧୨ ରୁ ୧୫ ହଜାର ଟଙ୍କାର ତେଲ କିଣିବାରେ ଯାଉଛି । କଣ୍ଡକ୍ଟର, ହେଲପର ଓ ଡ୍ରାଇଭରଙ୍କ ଦରମା ବାବଦକୁ ଦୁଇ ପିଠିରେ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କଲିକତା ବାବୁଘାଟ ବସ୍ ଷ୍ଟାଣ୍ଡରେ ହକର, ପୁଲିସ୍, ଏଜେଣ୍ଟମାନଙ୍କ ପାଇଁ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି ।

ତେଣେ ମୋଟାମୋଟି ଭାବେ ଯାତ୍ରୀବାହୀ ବସରେ ୨୫ ହଜାର ଇନକମ୍ ପାସେଞ୍ଜରଙ୍କ ଠାରୁ ହେଉଥିବାବେଳୋ ସେହି ୨୫ ହଜାର ଟଙ୍କା ତେଲ ପାଣି, ଷ୍ଟାଫ୍, ବାଟ ଏଜେଣ୍ଟ ଓ ଦୁଇଟି ରହଣି ସ୍ଥଳରେ ଖର୍ଚ୍ଚ ସବୁ ୨୫ ହଜାର ହୋଇଯାଉଛି । ତେଣୁ ଲାଭ ଉଠାଇବା ପାଇଁ ଯାତ୍ରୀଙ୍କ ବଦଳରେ ମାଲ ବୁହାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ବସ୍ ମାଲିକମାନେ । ପ୍ରତିଥର କଲିକତା ବାବୁଘାଟରୁ ଆସିବା ବେଳେ ପାଖାପାଖି ପ୍ରତି ବସରେ ୩୦ ରୁ ୫୦ ଲକ୍ଷ ଟଙ୍କା ଯାଏ ଲୁହା ଲକଡ, ମେସିନ୍, ଷ୍ଟେସନାରୀ, ଲୁଗା, ପଲଙ୍କ, ଖଟ, ବିଦ୍ୟୁତ୍ ସାମଗ୍ରୀ ବୋହି ଆଣୁଛନ୍ତି । ଏ ବାବଦକୁ ଥରକେ ୪୫ ରୁ ୬୨ ହଜାର ଟଙ୍କା ଯାଏ ଭଡା ଆଦାୟ ହେଉଛି । ଏହି ଭଡାରୁ ଦିନକୁ ୫ ହଜାର ଟଙ୍କା ଚାନ୍ଦାରେ ଉଡିଯାଉଛି ।

ବାବୁଘାଟ ବସ୍ ଷ୍ଟାଣ୍ଡରେ କଲିକତା ମାଲ ଲଦା ଯିବା ପରେ ଦୁଲାଘାଟ ଓ କୋଲାଘଶଟ ଚେକ୍ ପୋଷ୍ଟରେ କଲିକତା ପୁଲିସ୍ ଓ ଟ୍ୟାକ୍ସ ଅଧିକାରୀମାନେ ବସ୍କୁ ଅଟକାଇ କେବଳ ଟର୍ଚ୍ଚ ମାରିବା ସାର ହୁଏ । ଯେଉଁ ବସ୍ ମାସିକିଆ କୋଟା ଫିକ୍ସ କରିଥିବ, ସେହି ବସ୍ ଡ୍ରାଇଭର ଏହି ଟର୍ଚ୍ଚ ଲାଇଟରେ ସଂକେତ ଦେଇଦିଏ । ନହେଲେ ୩୦ ରୁ ୫୦ ହଜାର ଟଙ୍କା ଯାଏ ଫାଇନ୍ ହୁଏ । ଏହାପରେ ବସ୍ ଦେବରା, ଦେଉଳିଆ, ନାରଣଗଡ, ଜଳେଶ୍ୱର, ଲକ୍ଷ୍ମଣନାଥ, ଶେରଗଡ ଓ ଭଦ୍ରକ ଚେକ୍ ପୋଷ୍ଟ ପାରି ହେବାକୁ ପଡେ । ତେଣୁ ଏହି ସବୁ ସ୍ଥାନରେ ସରକାରୀ ଅଧିକାରୀ ବାବୁମାନେ ପ୍ରତି ବସ୍ରୁ କୋଟା ଫିକ୍ସ କରିଦେଇଛନ୍ତି । ତେଣୁ ଜିଏସ୍ଟି ଫାଙ୍କୁଥିବା ମାସକୁ କୋଟି କୋଟି ଟଙ୍କାର ମାଲ ପରିବହନ କରୁଥିବା ଏହି ବସ୍ ଗୁଡିକ ଉପରେ କେବେ ଲଗାମ ଲଗାଯିବ, ତାହା ଜନସାଧାରଣ ଚାହିଁ ବସିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା