Connect with us

ଓଡିଶା

ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ

ସାଙ୍କେତିକ

ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସୋମବାର ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ଅଧିକାରୀମାନେ ହେଲେ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଦେବାଶିଷ ନାୟକ ଓ ସହକାରୀ ଯନ୍ତ୍ରୀ ବିଶ୍ୱରଞ୍ଜନ ମହାପାତ୍ର । ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପରେ ଓହଳି ଥିବା ୧୧ କେଭି ତାରକୁ ଉଚ୍ଚ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ୧୧ କେଭି ତାର ରାସ୍ତା ଉପରୁ ୨୦ ଫୁଟ ଉଚ୍ଚରେ ରହିବା କଥା । ବିଭାଗୀୟ ଜେଇ ୨୦ ଫୁଟରୁ ତଳେ ଥିବା ତାରକୁ ଚିହ୍ନଟ କରିବେ । ଓହଳି ଥିବା ତାର ଚିହ୍ନଟ କରି ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବେ ବୋଲି ନିଷ୍ପତି ନିଆଯାଇଛି । ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବା ପରେ ସେ ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ । ବିଦ୍ୟୁତ୍ ନିରାପତା ନେଇ ମଧ୍ୟ କର୍ମଶାଳା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୋମବାର ଦିନ ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଉକ୍ତ ବୌଠକରେ ଉପରୋକ୍ତ ନିଷ୍ପତି ନିଆଯାଇଥିଲା ।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଅଘଟଣରେ ୧୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା