Connect with us

ଓଡିଶା

ଏସସିବି ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ସାଙ୍କେତିକ

ଏସସିବି ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
କଟକ ,୦୪ ଫେବୃଆରୀ – କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସପିଟାଲର ସମ୍ପ୍ରସାରଣ ପାଇଁ ମଙ୍ଗଳବାର ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସସିବି ମେଡିକାଲ କଲେଜର ସଂପ୍ରସାରଣ କରା ଯିବାକୁ ଥିବା କାରଣରୁ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଉଛି । କଟକ ସହର ସମ୍ବନ୍ଧିତ ଅଧିକାରୀ ଓ ପୋଲିସକର୍ମୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଏସସିବି ମେଡିକାଲ କଲେଜର ଯୋବ୍ରା ମାଛ ମାର୍କେଟ ଅଂଚଳରେ ଏହି ଉଚ୍ଛେଦ ପ୍ରକ୍ରିୟା କରା ଯାଉଛି । ଥାନା ପାଖରେ ଥିବା ମାଛ ମାର୍କେଟ ଅଂଚଳରେ ଥିବା ଦୋକାନ ଓ ଝୁମ୍ପୁଡି ଘରକୁ ଭଙ୍ଗା ଯାଉଛି । ଭଙ୍ଗା କାମ ଚାଲିଥିବା ବେଳେ ସ୍ଥାନୀୟ ଜିଲ୍ଲ୍‌ା ପ୍ରଶାସନର ଅଧିକାରୀ, ସିଏମସି ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା