Connect with us

ଓଡିଶା

କେନ୍ଦୁଝରରେ ମର୍ମଦୁନ୍ତ ବସ୍ ଦୁର୍ଘଟଣା : ଯାତ୍ରୀବାହୀ ବସ୍ କୁ ପଛରୁ ପିଟିଲା ଟ୍ରକ : ୧ ମୃତ ୨ ଗୁରୁତର 

ସାଙ୍କେତିକ

କେନ୍ଦୁଝରରେ ମର୍ମଦୁନ୍ତ ବସ୍ ଦୁର୍ଘଟଣା : ଯାତ୍ରୀବାହୀ ବସ୍ କୁ ପଛରୁ ପିଟିଲା ଟ୍ରକ : ୧ ମୃତ ୨ ଗୁରୁତର
କେନ୍ଦୁଝର , ୨୫ ଏପ୍ରିଲ – କେନ୍ଦୁଝର ରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମଦୁନ୍ତ ବସ ଦୁର୍ଘଟଣା । ୪୯ ନଂ ଜାତୀୟ ରାଜପଥ ର କାଞିପାଣି ଘାଟି ରେ ଏକ ଯାତ୍ରୀବାହୀ ବସ କୁ ପଛରୁ ପିଟିଲା ଟ୍ରକ । ଫଳରେ ୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏବଂ ଗୁରୁତର ଅବସ୍ଥାରେ ଥିବା ୬ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।

ବୁଧବାର ବିଳମ୍ବିତ ରାତି ରେ ରାକେଶ ନାମକ ଘରୋଇ ଏକ ଯାତ୍ରୀବାହୀ ବସ୍ କେନ୍ଦୁଝୁଝ ରୁ ରାଉରକେଲା ଅଭିମୁଖେ ଯାଉଥିଲା । ରାତି ପ୍ରାୟ ସାଢେ ବରଟାରୁ ୧ ଟା ମଧ୍ୟରେ ବସ ଟି କାଞ୍ଜିପାଣି ଘାଟି ପାର ହେଉଥିବା ସମୟରେ ଏକ ବାର ଚକିଆ ମାଲ ବୋଝେଇ ଟ୍ରକ ଦ୍ରୃତ ବେଗରେ ଆସି ପଛପଟୁ ବସ ଟିକୁ ଧକ୍କା ଦେଇଥିଲା । ଫଳରେ ବସ ଟି ରାସ୍ତା କଡକୁ ଓଲଟି ପଡିଥିବା ବେଳେ ଟ୍ରକ ଟି ବସ୍ କୁ ଧକ୍କା ଦେବା ପରେ ଘାଟି ତଳକୁ ଖସି ପଡିଥିଲା । ସେହି ସମୟରେ ବସର ଥିବା ଯାତ୍ରୀମାନେ ପ୍ରାୟତଃ ଶୋଇ ଯାଇଥିଲେ । ଟ୍ରକ ଟିର ବେଗ ଏତେ ତୀବ୍ର ରହିଥିଲା ଯେ ବସଟିକୁ ଧକ୍କା ଦେବା ଫଳରେ ବସ ରେ ବସିଥିବା ପୂର୍ଣ୍ଣମୀ ତନ୍ତି ନାମକ ଜଣେ ମହିଳାଙ୍କ କୋଳରୁ ତାଙ୍କର ୬ ବର୍ଷ ର ଝିଅଟି ବସ୍ ବାହାରକୁ ଛିଟିକି ପଡିଥିଲା । ଏବଂ ବସ୍ ଟି ଝିଅ ଟି ଉପରେ ଓଲଟି ପଡ଼ିଥିଲା । ଯେଉଁଥିରେ ଝିଅଟି ବସ ତଳେ ଚାପି ହୋଇ ପଡିଥିଲା ଏଲଂ ଘଟଣା ସ୍ଥଳରେ ହି ତାର ଦୁଖଃଦ ମୃତ୍ୟୁ ଘଟିଥିଲା । ପୂର୍ଣ୍ଣିମା ତନ୍ତି କେନ୍ଦୁଝର ଗୋପାଳପୁର ଅନ୍ଚଳରୁ ରାଉରକେଲା କୁ ଏକ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଉଥିଲେ ।

ପରେ ପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହନ୍ଚି ସମୁଦାୟ ୨୧ ଜଣ ଆହାତ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଶବନ୍ତ ରାଉତ ଓ ଭୂପେନ୍ଦ୍ର ପ୍ରଧାନ ଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସ.ସି.ବି ମେଡିକାଲ କୁ ସ୍ଥାନାନ୍ତର କରା ଯାଇଥିବା ବେଳେ ୮ ଜଣ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ୧୧ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଛାଡିଦିଆଯାଇଛି । ବସ୍ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଅନେକ ସ୍ଥାନରେ ରାସ୍ତା କାଟିଦିଆଯିବା ସହ ଖୋଳି ଦିଆ ଯାଉଛି । କିନ୍ତୁ ସେ ସଂପର୍କରେ ସେଠାରେ କୋଣସି ସଙ୍କେତ ରଖାଯାଉନାହିଁ । ଫଳରେ ସେ ଅଂଚଳରେ ନିୟମିତ ଦୁର୍ଘଟଣା ଘଟୁଥିଲେ ଜିଲ୍ଲା ପ୍ରଶାସନର ନିଦ୍ରା ଭଙ୍ଗ ନ ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟପୂର୍ଣ୍ଣ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା