Connect with us

ଓଡିଶା

ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କୁ ରାଷ୍ଟ୍ରୀୟ ସମ୍ମାନ

ସାଙ୍କେତିକ

ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କୁ ରାଷ୍ଟ୍ରୀୟ ସମ୍ମାନ
ଭୁବନେଶ୍ୱର,୨୫ ଅପ୍ରେଲ – ପୋଲିସ କମିଶନର ଶ୍ରୀ ସତ୍ୟଜିତ ମହାନ୍ତି ଓ ଡିସିପି ଶ୍ରୀ ଅନୁପ କୁମାର ସାହୁଙ୍କୁ ପୋଲିସ ପ୍ରଶାସନ ସେବା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ନିମନ୍ତେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉ କି ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ଦୀର୍ଘ ୪୦ ବର୍ଷବ୍ୟାପୀ ଦେଶର ବିଭିନ୍ନ ପ୍ରତିଭାଧରମାନଙ୍କୁ ରାଜ୍ୟପାଳ ପ୍ରଦାନ କରିଆସୁଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହା ଚୟନ କରାଯାଇ ପ୍ରଦାନ କାଯାଇଥାଏ । ଶ୍ରୀ ମହାନ୍ତି ଓ ସାହୁ ସେମାନଙ୍କର ପ୍ରଶାସନିକ ଦକ୍ଷତା ଓ ଲୋକାଭିମୁଖୀ ପୋଲିସ ସେବା ନିମନ୍ତେ ବିଶେଷ ଭାବରେ ଏହି ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ଲାଭ କରିଛନ୍ତି । ଏହି ସମ୍ମାନ ସେମାନଙ୍କୁ ଅଧିକ କାର୍ଯ୍ୟଦକ୍ଷତା ସହ ପୋଲିସ ସେବାକୁ ଲୋକାଭିମୁଖୀ କରାଇବାରେ ଅଧିକ ଅନୁପ୍ରେରିତ କରିବ ବୋଲି ଉଭୟ ମତବ୍ୟକ୍ତ କରି ଧନ୍ୟବାଦ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା