ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ : ଡ଼୍ରାଇଭର ମୃତ, ୬ ଆହତ
ବଲାଙ୍ଗିର, ୧୯ ଅପ୍ରେଲ – ବଲାଙ୍ଗିର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍କୁ ଓଲଟି ପଡିବା ଫଳରେ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଅରୁଣ ପାତ୍ର ଏବଂ ତାଙ୍କ ଘର ଡୁମେରବାହାଲ ଗ୍ରାମରେ ବୋଲି ଜଣାପଡିଛି ।
‘ଶ୍ରୀରାମ’ ନାମକ ଏହି ଯାତ୍ରୀବାହି ବସ୍ ଟି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଦୃତ ଗତିରେ ଆସୁଥିବା ବେଳେ ଭୋର୍ ପ୍ରାୟ ୪ଟା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ବସ୍ ର ଡ୍ରାଇଭର ଏହା ତଳେ ଚାପି ହୋଇ ରହିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ବସ୍ ରେ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନେ ଏବେ ସୁସ୍ଥ ଥିବା ଜଣାପଡିଛି । ଅନ୍ୟପକ୍ଷରେ ମୃତ ଡ୍ରାଇଭରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ତାଙ୍କ ସମ୍ପର୍କୀୟ ମାନେ ଦାବି କରିଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ବସ୍ ଟି ଓଲଟିବା ବେଳେ ରାସ୍ତା କଡ଼ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମଧ୍ୟ ଆସିଥିଲା । ଏମିତିକି ଏହି ତାର ମଧ୍ୟ ଛିଣ୍ଡି ଯାଇଥିଲା । କିନ୍ତୁ ଗତକାଲି ରାତିରେ ସମ୍ପୃକ୍ତ ଅଂଚଳରେ ବର୍ଷା ପବନ ହୋଇଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିଲା । ନଚେତ୍ ଆହୁରି ବଡ଼ ଅଘଟଣ ଘଟିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଓଡିଶା
ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ : ଡ଼୍ରାଇଭର ମୃତ, ୬ ଆହତ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...