Connect with us

ଓଡିଶା

ବସ-କାର ମଧ୍ୟରେ ଧକ୍କା, ଡାକ୍ତର ମୃତ, ୨ଗୁରୁତର

ସାଙ୍କେତିକ

ବସ-କାର ମଧ୍ୟରେ ଧକ୍କା, ଡାକ୍ତର ମୃତ, ୨ଗୁରୁତର
କୋରେଇ,୨୦ ଏପ୍ରିଲ – କୋରାଇ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ଢାବା ନିକଟରେ ଆଜି ପୂବାହ୍ନ ୧୦ଟା ୧୫ମି. ସମୟରେ ଏକ କାରକୁ ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ କାର ଚାଳକଙ୍କ ମୃତ୍ୟୁଘଟିଥିବା ବେଳେ ଏଥିିରେ ଥିବା ଅନ୍ୟ ଜଣେ ସହଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ହେଲପରଙ୍କ ସମେତ ବସରେ ଥିବା ୧୫ରୁ ଉର୍ଦ୍ଧଯାତ୍ରୀ ଆହତ ହୋଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ୭ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଛି । ସେମାନେ ହେଲେ ସଦାନନ୍ଦ ରାଉତ (୬୦) ଦୀପକ ମହାନ୍ତି (୪୫) ଚନ୍ଦନ ଗିରି (୨୮) ହରପ୍ରସାଦ ସାହୁ (୩୧) ଘନଶ୍ୟାମ ହାତି (୨୫) ଧନେଶ୍ୱର ବେହେରା (୩୩) ଓ ଅକ୍ଷୟ ପାତ୍ର (୪୬) ବୋଲି ଜଣାପଡିଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ଼ ଓ ଦାନଗଦି ଡ଼ାକ୍ତର ଖାନାରେ ଭର୍ତି କରାଯାଥିଲା ।

ଖବର ପାଇ କୋରାଇ ଥାନାଧିକାରୀ ରଂଜିତ୍ କୁମାର ମହାନ୍ତି ସଦଳବଳେ ଘଟଣା ସ୍ଥଳରେ ପହଂଚି ଗାଡ଼ି ଦୁଇଟିକୁ ଜବତ କରି ଶବ ବ୍ୟବଚ୍ଛେଦ ନିିିମନ୍ତେ ଦାନଗଦି ପଠାଇ ତଦନ୍ତ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡ଼ି୧୧ଇ୬୨୫୮ ନମ୍ବର ବିଶିଷ୍ଟ ହିିମେନ ନାମକ ଘରୋଇ ବସ ଯାତ୍ରୀଙ୍କୁ ନେଇ କରଂଜିଆ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଓଡ଼ି ୦୫ଡ଼ବ୍ଲୁ ୦୨୨୬ ଆଇକନ କୋଡିଏ କାର ଭାରସାମ୍ୟ୍ ହରାଇ ନିଜ ରାସ୍ତାରୁ ହଠାତ୍ ଡ଼ିଭାଇଡର ଉପରେ ଚଢି ଆରପଟ ରାସ୍ତାରେ ଆସୁଥିବା ବସ ସାମ୍ନାକୁ ଚାଲିିଯାଇଥିଲା । ବସ ଚାଳକ କିଛି ଭାବିବା ପୁର୍ବରୁ ବସଟି କାର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ଯୋଗୁ ଉଭୟ ଗାଡ଼ି ରାସ୍ତା ତଳକୁ ଚାଲିିଯାଇଥିଲେ । କାରଟି ସମ୍ପୁର୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ବସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ମୃତ କାର ଚାଳକ ବୃତିରେ ଜଣେ ଡ଼ାକ୍ତର ହୋଇଥିିବା ବେଳେ ତାଙ୍କ ନାମ ଲଳିତେନ୍ଦୁ ଜେନା ବୋଲି ଜଣାପଡ଼ିଛି ଓ ସେ କଟକରୁ କୌଣସି କାମରେ କରଂଜିଆ ଯାଉଥିିଲେ ବୋଲି ଜଣାଯାଇଛି । ୧୦୮,ଫାୟାର ଆମ୍ବୁଲାନ୍ସ ଓଘରୋଇ ଆମ୍ବୁଲାନ୍ସ ଘଟଣା ସ୍ତଳରେ ପହଁଚିି ଆହତଙ୍କୁ ଉଦ୍ଧାର କରି ଡ଼ାକ୍ତର ଖାନାରେ ଭର୍ତି କରିଥିଲେ । ଏଥିସହିତ ଏନଏଚ ରେ ନିୟୋଜିତ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିିିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା